ଟ୍ରେନ ଓ ଷ୍ଟେସନ ପରିସରରେ ଅଣ ସ୍ୱୀକୃତିପ୍ରାପ୍ତ ଭେଣ୍ଡିଙ୍ଗ (ଫେରିବାଲା) ଙ୍କ ବିରୁଦ୍ଧରେ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ I

0
192

ଭୂବନେଶ୍ୱର,୦୩/୧୦ -ବୁଲା ବିକାଳିଙ୍କ ପ୍ରାଦୁର୍ଭାବ କୁ ଦମନ ପାଇଁ ପୂର୍ବତଟ ରେଳପଥ ଜନତାଙ୍କ ସହଯୋଗ କାମନା କରିଛି I
ଅଣ ସ୍ୱୀକୃତିପ୍ରାପ୍ତ ଫେରୀଵାଲାଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଖାଦ୍ୟ ସାମଗ୍ରୀ ଉଭୟ ଟ୍ରେନ ଓ ରେଳପରିସରକୁ ସ୍ୱଚ୍ଛତା ଆଣିଦେବ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ପରେ ବୁଲା ବିକାଳିଙ୍କ ପ୍ରାଦୁର୍ଭାବରେ ଅନେକ ହ୍ରାସ ଘଟିଛି I
ପୂଜା ଛୁଟି ସମୟରେ ବୁଲା ବିକାଳିଙ୍କ କାର୍ଯ୍ୟ ବଢିପାରେ ବୋଲି ଆଶଙ୍କା I

ଜିରୋ ଟଲେରେନ୍ସ (ସହନଶୀଳ ବିହୀନ) ନୀତିର ଏକ ଅଂଶ ଭାବେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅଣ ସ୍ୱୀକୃତିପ୍ରାପ୍ତ ଫେରୀଵାଲା/ବୁଲାବିକାଳିଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଦ୍ରବ୍ୟକୁ ବାରଣ କରିବା ଏବଂ ଅନ୍ୟ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି I ଜୁନ ଓ ଜୁଲାଇ ମାସରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଣ ସ୍ୱୀକୃତିପ୍ରାପ୍ତ ବୁଲାବିକାଳି କାର୍ଯ୍ୟକଳାପ ବିରୁଦ୍ଧରେ ସଫଳ ପାଇଛି I

ପୂଜା ଛୁଟି ସମୟରେ ଅଣ ସ୍ୱୀକୃତିପ୍ରାପ୍ତ ବୁଲାବିକାଳି କାର୍ଯ୍ୟକଳାପ ବୃଦ୍ଧିପାଇବା ଆଶଙ୍କା କରି ପୂର୍ବତଟ ରେଳପଥ ଏହାର କାର୍ଯ୍ୟବଳକୁ ସତର୍କ କରାଇ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ବାଣିଜ୍ୟିକ ଓ ରେଳବାଇ ସୁରକ୍ଷାବଳକୁ ନିର୍ଦେଶ ଦେଇଛି I ପୂର୍ବତଟ ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରାଯାଇଅଛି I

ପୂଜା ଛୁଟି ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଅଣ ସ୍ୱୀକୃତିପ୍ରାପ୍ତ ବୁଲାବିକାଳିମାନଙ୍କ ଖାଦ୍ୟ ଦ୍ରବ୍ୟ, ବହି ଓ ପତ୍ରିକା ସହିତ ଖେଳନା ଇତ୍ୟାଦି କାର୍ଯ୍ୟକଳାପ ବୃଦ୍ଧିପାଇବା ଆଶଙ୍କା କରାଯାଉଅଛି ଯେ ସେମାନେ ଏହି ଭିଡ ସମୟରେ ଷ୍ଟେସନ ପରିସର ଓ ଟ୍ରେନ ମାନଙ୍କରେ ସେମାନଙ୍କର କାର୍ଯ୍ୟକଳାପ ପୁଣି ଆରମ୍ଭ କରିପାରନ୍ତି I ଏହି କାର୍ଯ୍ୟକଳାପ ଗୁଡିକୁ ପ୍ରତିହତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆକସ୍ମିକ ଚଢ଼ାଉ କରାଯାଇ ଯାଞ୍ଚ କରାଯାଉଛି I ଏହି ବ୍ୟକ୍ତିମାନଙ୍କର ଟ୍ରେନ କିମ୍ବା ଷ୍ଟେସନ ପରିସରରେ ଦ୍ରବ୍ୟ ବିକ୍ରି କରିବାର କୌଣସି ସ୍ୱୀକୃତି ନାହିଁ I

ପୂର୍ବତଟ ରେଳପଥ ଗତ ଜୁନ ଓ ଜୁଲାଇ ମାସରେ ପ୍ରଥମ ପର୍ଯ୍ୟାୟ ଯାଞ୍ଚ କରି ବୁଲାବିକାଳି ମାନଙ୍କ ବିରୁଦ୍ଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯୋଗୁଁ ଏହି କାର୍ଯ୍ୟକଳାପ ବହୁ ମାତ୍ରାରେ ହ୍ରାସ ପାଇଅଛି I ପୂର୍ବ ଅପେକ୍ଷା ଏହି କାର୍ଯ୍ୟକଳାପରେ ଆମୁଳ ପରିବର୍ତ୍ତନ ଆସିପାରିଛି ଏବଂ ଯାତ୍ରୀ କିମ୍ବା ରେଳବ୍ୟବହାରକାରୀ ମାନେ ଷ୍ଟେସନରେ ଥିବା ଭେଣ୍ଡର ମାନଙ୍କଠାରୁ ସେମାନଙ୍କର ଚାହିଦା ପାଇପାରୁଛନ୍ତି I

ଏହା ବ୍ୟତୀତ, ରେଳବାଇ କର୍ମଚାରୀ ମାନଙ୍କପାଇଁ ବୁଲାବିକାଳି ମାନଙ୍କଦ୍ୱାରା ଅସାମାଜିକ କାର୍ଯ୍ୟକଳାପ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି I ବୁଲାବିକାଳି ମାନଙ୍କ ବେଶରେ ଅସାମାଜିକ ବ୍ୟକ୍ତିମାନେ ଦ୍ରବ୍ୟ ବିକିବା ବାହାନାରେ ରେଳ ଯାତ୍ରୀମାନଙ୍କୁ ଲକ୍ଷ୍ୟ କରି ସେମାନଙ୍କଠାରୁ ଆଭୂଷଣ ଝିଙ୍କି ନେଉଥିବା ସହିତ ଟ୍ରେନ ରେ ଚୋରି କାର୍ଯ୍ୟକଳାପରେ ନିୟୋଜିତ ରଖୁଛନ୍ତି I ଏହା ସହିତ ବେଳେବେଳେ ଯାତ୍ରୀ ମାନଙ୍କର ଜିନିଷପତ୍ର ଟ୍ରେନ କିମ୍ବା ଷ୍ଟେସନ ରୁ ଚୋରିହେବା ମଧ୍ୟ ରେଳବାଇ ପାଇଁ ଉଦବେଗର ବିଷୟ I ରେଳବାଇ ନଜରକୁ ଆସିଥିବା ଘଟଣାଗୁଡିକ ମଧ୍ୟରୁ ବହୁ ଗୁଡିଏ ଘଟଣା ଛଦ୍ମବେଶୀ ଫେରିବାଲାମାନଙ୍କ ଦ୍ୱାରା ଘଟୁଛି I ଏତଦ ବ୍ୟତୀତ ଫେରୀଵାଲା କିମ୍ବା ବୁଲାବିକାଳି ମାନଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟାନ ଜିନିଷପତ୍ର ଉଭୟ ଟ୍ରେନ ଓ ରେଳବାଇ ପରିସରେ ଅଳିଆ ଆବର୍ଜନା ଶୃଷ୍ଟି କରୁଛି I

ଏଥିପାଇଁ ରେଳବାଇ କର୍ମଚାରୀ ଓ ସୁରକ୍ଷାବଳ ମାନଙ୍କୁ ପରାମର୍ଶ ଦିଆଯାଇ କୁହାଯାଇଅଛି ଯେ ଯାତ୍ରୀ ମାନଙ୍କର ସୁରକ୍ଷା ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭିକାରି ଏବଂ ଦାନ ମାଗୁଥିବା ବ୍ୟକ୍ତି ମାନେ ଯେପରି ଟ୍ରେନରେ ଯାତାୟାତ ନକରିବେ ଓ ରେଳଷ୍ଟେସନରେ ପ୍ରବେଶ ନକରିବେ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଅଛି I ରେଳଷ୍ଟେସନ ପରିସରରୁ ଭିକାରି ମାନଙ୍କୁ ହଟାଇବାପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଅଛି I ଏଥି ପାଇଁ ପୂର୍ବତଟ ରେଳପଥ ଯାତ୍ରୀ ଓ ରେଳବ୍ୟବହାରକାରୀ ମାନଙ୍କ ସହଯୋଗ କାମନା କରିବା ସହିତ ଏହାର ନିରାକରଣ ପାଇଁ ଫେରୀଵାଲା/ବୁଲାବିକାଳି ଓ ଭିକାରି ଏବଂ ଦାନମାଗୁଥିବା ଲୋକମାନଙ୍କୁ ଏଥିରୁ ନିରୁତ୍ସାହିତ କରିବାକୁ କୁହାଯାଇଅଛି I ଟ୍ରେନ ଓ ରେଳବାଇ ପରିସରରୁ ବୁଲା ବିକାଳି ମାନଙ୍କୁ ନିରୁତ୍ସାହ କରିବା ସହିତ ସୌହାର୍ଦ୍ୟପୂର୍ଣ୍ଣ ଅନୁଭୂତିର ବାତାବରଣ ସୃଷ୍ଟିକରିବାପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛି I

LEAVE A REPLY

Please enter your comment!
Please enter your name here