ଭିଜିଲାନ୍ସ ରେ ଧରାପଡ଼ିଲେ ବିଏମସି କର୍ମଚାରୀ

0
224

ବ୍ରହ୍ମପୁର, ୦୩/୧୦-ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀ ଏ ଲକ୍ଷ୍ମି ପ୍ରସାଦ ରାଓ ।
ଅବସର ପରେ ପୁନଃ ନିଯୁକ୍ତି ପାଇଥିବା ବ୍ରହ୍ମପୁର ମହାନଗର ନିଗମରେ ଅଫିସ ଆସିଷ୍ଚାଣ୍ଟ ଲକ୍ଷ୍ମୀ ପ୍ରସାଦ ରାଓ ଆଜି ବ୍ରହ୍ମପୁର ମହାନଗର ନିଗମ ର ସିଟି ହାଇସ୍କୁଲ ନିକଟରେ ଥିବା ଦୋକାନ ନଂ ୧୩ର ଘର ମାଲିକାନା ବଦଳାଇବା ନିମନ୍ତେ ଫାଇଲ ପ୍ରୋସେସିଂ କରିବା ଲାଗି ନିଳାଞ୍ଚଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଲାଞ୍ଚ ନେଉଥିବା ଟଙ୍କା ତାଙ୍କ ଠାରୁ ଜବତ ହୋଇଛି । ଦୋକାନ ଗୃହ ବଦଳାଇବା ପାଇଁ ଲକ୍ଷ୍ମୀ ପ୍ରସାଦ ୩୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ହଜାର ଟଙ୍କା ଦେବା ପାଇଁ ଉଭୟ ଙ୍କ ମଧ୍ୟରେ କଥା ବାର୍ତ୍ତା ହୋଇଥିଲା । ପରେ ଏନେଇ ନିଳାଞ୍ଚଳ ଦୁର୍ନୀତି ନିବାରଣ ବିଭାଗର ଦ୍ୱାରାସ୍ଥ ହୋଇଥିଲେ । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀ ଲକ୍ଷ୍ମୀ ଗତ ବର୍ଷ ମାର୍ଚ୍ଚ ମାସରେ ନିଜ ଚାକିରୀ ରୁ ଅବସରପ୍ରାପ୍ତ ନେଇଥିବା ବେଳେ ପୁଣି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ତେବେ ଆଜି ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କର ଘର ଓ କାର୍ଯ୍ୟାଳୟ ରେ ଭିଜିଲାନସ ଟିମ୍ ଚଢାଉ କରିଥିବା ବ୍ରହ୍ମପୁର ଭିଜିଲାନସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here