ମାଁ ଅଞ୍ଚଳେଶ୍ୱରୀ ପୀଠରେ ନବରାତ୍ର ପୂଜା

0
179

 

ଦିଗପହଣ୍ଡିି, ୩ା୧୦:
ସ୍ଥାନୀୟ ଅଞ୍ଚଳ କଲୋନୀ ସ୍ଥିତ ମାଁ ଅଞ୍ଚଳେଶ୍ୱରୀ ଶକ୍ତୀ ପୀଠରେ ମହାଡମ୍ବର ସହକାରେ ନବରାତ୍ର ପୂଜା ଚାଲିଥିବା ଜଣାପଡିଛି । ପାରମ୍ପରିକ ରିତିନୀତି ପ୍ରକାରେ ସେପ୍ଟେମ୍ବର ୨୯ରେ ବିଲ୍ୱଧିବେଶନ ହେବା ପରେ ମାଁଙ୍କ ପୀଠରେ ନବରାତ୍ର ପୂଜାରମ୍ଭ ହୋଇଯାଇଛି । ବୁଧବାର ମନୋଜ ପଣ୍ଡା କର୍ତ୍ତା କର୍ତ୍ତୀ ଭାବେ ଯୋଗଦେଇ ଦାୟିତ୍ୱ ସମ୍ପାଦିତ କରିଥିଲେ । ମାଁଙ୍କ ପୀଠରେ ମହାସପ୍ତମୀ ଓ ମହାଷ୍ଟମୀ ତିଥିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବା ସହିତ ଦଶମୀ ଦିନ ଦଶହରା ପୂଜାର୍ଚ୍ଚନା ହେବ । ସହର ଉପକଣ୍ଠରେ ରହିଥିବା ଏହି ଶକ୍ତୀ ପୀଠର ବହୁ କିମ୍ବଦନ୍ତୀ ରହିଥିବା ବେଳେ ପ୍ରତ୍ୟେକ୍ଷ ଦେବୀ ଭାବେ ବିଶ୍ୱାସ ରହିଛି । ବିଶେଷ କରି ଶାରଦୀୟ ନବରାତ୍ର ସମୟରେ ମାଁଙ୍କ ପୀଠରେ ଆରାଧନା କରିଥିଲେ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଆସିଛି । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଭାକର ସାବତ, ସାନ୍ତନୁ ଶତପଥୀ, ମନୋଜ ପାଣିଗ୍ରାହୀ, ସୁଦର୍ଶନ ପାଣିଗ୍ରାହୀ, ବିଭୂତି ଭଷଣ ସାହୁ, ନାରାୟଣ ସାହୁ ପ୍ରମୁଖଙ୍କ ସମେତ ମନ୍ଦିର ରକିଚାଳନା କମିଟି ପରିଚାଳନାରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here