ଦୁଇ ଦିନିଆ ବ୍ୟାଙ୍କ୍ ଗ୍ରାହକ ଋଣ ମେଳା ଅନୁଷ୍ଠିତ

0
399

ପାରଳାଖେମୁଣ୍ଡି — ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆନ୍ଦ୍ର ବ୍ୟାଙ୍କ୍ ର ଜିଲ୍ଲା ଅଗ୍ରଣୀ ବ୍ୟଙ୍କ୍ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବ୍ୟଙ୍କ୍ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବେନଶ୍ବର ସ୍ଥିତ ଆନ୍ଦ୍ର ବ୍ୟାଙ୍କର ମଣ୍ଡଳ ଜେନେରାଲ ମ୍ୟାନେଜର ରମାକାନ୍ତ ପ୍ରଧାନ ସଭାପତି କରି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଉଦ୍ଧେଶ ସମ୍ପର୍କରେ କହିଥିଲେ। ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଟିଏ ସାମିଏନା ଛାତ ତଳେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ରାଷ୍ଟ୍ରୀୟ ଓ ଘରୋଇ ବ୍ୟଙ୍କ୍ ଏକାଠି ରହି ସମସ୍ତ ଗ୍ରହକଙ୍କୁ ବିଭିନ୍ନ କ୍ଷେତ୍ରରେ ଋଣ ଦେବା ସହ ସମସ୍ତଙ୍କୁ ବ୍ୟଙ୍କ୍ ର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ସମସ୍ତ ଗ୍ରାହକ କିଭଳି ସୁବିଧାରେ ଋଣ ପାଇପାରିବେ ଏହାହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ। ଅନ୍ୟ ପକ୍ଷରେ ଆଜିକାଲି ଗ୍ରାମାଞ୍ଚଳରେ ମଧ୍ୟ ସମସ୍ତଙ୍କ ପାଖରେ ବ୍ୟାଙ୍କ ଏକାଉଣ୍ଟ ଖାତା ରହିଛି ତେଣୁ ବ୍ୟାଙ୍କ୍ ମାନେ ମଧ୍ୟ ଗ୍ରାମାଞ୍ଚଳ ସ୍ତରରେ କିଭଳି ଲୋକଙ୍କୁ ସମସ୍ତ ବ୍ୟାଙ୍କ୍ ସେବା ଯୋଗାଇ ଦେଇ ହେବ ସେ ଦିଗରେ ବ୍ୟାଙ୍କ ମାନେ ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।
ବିଭିନ୍ନ କ୍ଷେତ୍ରରେ ଚାହିଦା ବୃଦ୍ଧି କରିବା ପାଇଁ ଋଣ ମଞ୍ଜୁର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦିଗରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପ୍ରକାରେ ଏଭଳି ଋଣ ମେଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏହି ଋଣ ମେଳାରେ କୃଷି, ମଟର ଗାଡ଼ି, ଗୃହ, ଶିକ୍ଷା, ପ୍ରଭୃତୀ କ୍ଷେତ୍ରରେ ଋଣ ମଞ୍ଜୁର କରାଯାଇଛି। ଏହି ଋଣ ପ୍ରଦାନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଚଳିତ ଅକ୍ଟୋବର ମାସ ଶେଷ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଦିଗରେ ଜିଲ୍ଲା ବାସୀଙ୍କ ସହଯୋଗ ସମେତ ସମସ୍ତ ବ୍ୟାଙ୍କ ମାନେ ଏକତ୍ରିତ ହୋଇ ସମନ୍ନୟ ରକ୍ଷା କଲେ ଏହାର ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ ଋଣ ଦେବା ବ୍ୟବସ୍ଥା ହୋଇପାରିବ ଏବଂ ଏହା ସିଡି ରେଡିଓ ବୃଦ୍ଧି ହେବାରେ ସହାୟକ ହୋଇପାରିବ। ମୁଖ୍ୟତଃ ଜିଲ୍ଲାର ଅନ୍ତହିନୀତ ଶକ୍ତି ଗୋଟିକୁ ଚିହ୍ନଟ କରି ସେଥି ମଧ୍ୟରୁ କେଉଁ ଶକ୍ତି ବିଦୁ ଗୁଡିକ ଅଥନୀୟତିକ କାର୍ଯ୍ୟକ୍ରମରେ ଅନ୍ତରଭୁକ୍ତ ହୋଇପାରିବେ ସେଗୁଡିକ ରେଖାଙ୍କିତ କରିବା ଏବଂ ସେଥିପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା କରିବା ହେଉଛି ଏହି ଋଣ ମେଳା କାର୍ଯ୍ୟକ୍ରମ ମୁଳ ଅଭିଯାନ। ତେଣୁ ସମସ୍ତ ଗ୍ରହକ ମାନଙ୍କୁ ଖୋଲା ଯାଇଥିବା ବ୍ୟାଙ୍କ ମାନଙ୍କ ବିଭିନ୍ନ ଷ୍ଟଲକୁ ଯାଇ ବ୍ୟାଙ୍କ୍ ସମ୍ବଦିୟ ବିଭିନ୍ନ ବିଷୟରେ ଧାରଣା ଜାଣନ୍ତୁ ଏବଂ ଏସବୁ ସେବାର ସୁଯୋଗ ନେବାକୁ ଆହ୍ବାନ କରିଥିଲେ ମଣ୍ଡଳ ମହା ପ୍ରବନ୍ଧକ ରମାକାନ୍ତ ପ୍ରଧାନ ।
ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ଆନ୍ଦ୍ର ବ୍ୟାଙ୍କ୍ ଡେପୁଟି ମେନେଜର ଭୁବେନଶ୍ବର ନାୟକ, ଜିଲ୍ଲା ନାବାର୍ଡର ଏଜଏମ ,ଆର ସିଟି ନିଦ୍ଧେଶକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମାସ୍ୟ ବିଭାଗ ପକ୍ଷରୁ ୧୬ଜଣ ହିତାଧିକାରୀଙ୍କୁ ମଟର ସାଇକେଲ ସହ ମାଛ ରଖି ବିକ୍ରି କରିବା ସାମଗ୍ରୀ ଦିଆଯିବା ସହ ଅନ୍ୟ ଜଣକୁ ମଟର କାର ଦିଆଯାଇଛିଲା। ଏଭଳି ଭାବେ ଜିଲ୍ଲାର ସମସ୍ତ ବ୍ୟାଙ୍କ୍ ପକ୍ଷରୁ ଏକ ହଜାର ବ୍ୟାଙ୍କ୍ ଗ୍ରାହକଙ୍କୁ ୧୯ କୋଟି ଟଙ୍କା ଋଣ ଚେକ୍ ଆକାରରେ ବଣ୍ଟନ କରା ଯାଇଥିଲା ଉପସ୍ଥିତ ମୁଖ୍ୟ ଅତିଥିଙ୍କ ଶ୍ରୀ ଶାହାଙ୍କ ଦ୍ୱାରା ଏହି ।କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍ ପକ୍ଷରୁ ୨୫ ଷ୍ଟଲ ଖୋଲାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଆନ୍ଦ୍ର ବ୍ୟାଙ୍କର ମେନେଜର କିଶୋର ଚନ୍ଦ୍ର ନାୟକ ପରିଚାଳନା କରିଥିଲେ ଏବଂ ଡେପୁଟି ଜନେରାଲ ମେନେଜର ଭୁବେନଶ୍ବର ନାୟକ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here