ଉପରାଷ୍ଟ୍ରପତି ଙ୍କ ଓଡ଼ିଶା ଗ୍ରସ୍ତ

0
326

ଭୂବନେଶ୍ୱର,୦୬/୧୦ –ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ଏହାପରେ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି। କବି ସମ୍ମିଳନୀରେ ଓଡ଼ିଆରୁ ନିଜ ଭାଷଣ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି। ଓଡ଼ିଶାକୁ ଆସି ବେଶ୍‌ ଉଲ୍ଲସିତ ଥିବା ସେ କହିଥିଲେ। ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ। ସମଗ୍ର ବିଶ୍ୱ ହେଉଛି ଏକ ପରିବାର। ଗୋଟିଏ ସମୟରେ ଭାରତ ବିଶ୍ୱର ଗୁରୁ ଥିଲା। ସମଗ୍ର ବିଶ୍ୱରୁ ଛାତ୍ରୀଛାତ୍ରମାନେ ଆସି ନାଳନ୍ଦାରେ ଅଧ୍ୟୟନ କରୁଥିଲେ। କବିତା ସମଗ୍ର ବିଶ୍ୱରେ ପରିବର୍ତ୍ତନ କରିପାରିପାରିବ। ସାହିତ୍ୟ, କଳା ଏବଂ ନୃତ୍ୟ ମନରେ ଶାନ୍ତି ଏବଂ ଖୁସି ଆଣିପାରିବ। ପରମ୍ପରା ଏବଂ ମୂଲ୍ୟବୋଧକୁ ବଞ୍ଚାଇ ରଖିବାକୁ ଉପରାଷ୍ଟ୍ରପତି ଯୁବପିଢିଙ୍କୁ ଆହ୍ବାନ ଦେଇନ୍ତି। କାର୍ଯ୍ୟକ୍ରମ ସରିବା ପରେ ଉପରାଷ୍ଟ୍ରପତି ରାଜଭବନ ଯାଇ ବିଶ୍ରାମ ନେବେ। ଏହାପରେ ଅପରାହ୍ନ ୩ଟା ୧୦ରେ ରାଜଭବନରୁ କଟକ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ୫ଟା ୫୦ରେ ଭୁବନେଶ୍ୱର ହୋଇ ଉପରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ।

LEAVE A REPLY

Please enter your comment!
Please enter your name here