ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ

0
447

ଶେରଗଡ, ୬/.୧୦./୧୯ –ପବିତ୍ର ମହାନବମୀ ଅବସରରେ ଶେରଗଡ ସାହିତ୍ୟ ସଂସଦ ଆନୂକୁଲ୍ୟରେ ମହାତ୍ମା ଗାନ୍ଧି ଉଚ୍ଚ ବିଦ୍ୟାଳୟ ଠାରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ସୁବାସ ତାରିଣୀ ସଭାପତି,ଶିକ୍ଷାବିତ୍ ଶ୍ରୀ ବିପ୍ର ଚରଣ ମିଶ୍ର ମୁଖ୍ୟ ଅତିଥୀ ତଥା ସମୀକ୍ଷକ,ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ,ଶ୍ରୀ ଭାସ୍କର ରାଉତ,ଶ୍ରୀ ଭାଗିରଥୀ ପଣ୍ଡା ସମ୍ମାନୀତ ଅତିଥୀ ରୂପେ ମଞ୍ଚାସୀନ ହୋଇଥିଲେ।ଯୁବ କବି ଶ୍ରୀ ନିରାକର ବିଷୋୟୀ ସ୍ବାଗତ ଭାଷଣ,ବିଶିଷ୍ଠ ସାହିତ୍ୟିକ ଶ୍ରୀ କୈଳାସ ଚନ୍ଦ୍ର ପାଢୀ ସଂଯୋଜନା ,ଶ୍ରୀ ଅନିଲ୍ କୁମାର ତ୍ରୀପାଠୀ ପରିଚାଳନା କରିଥିଲେ। ଗତ ୪.୧୦.୧୯ତାରିଖରେ ହୋଇଥିବା “ମାମୁଁ ଘର ଗାଁ” ଲେଖା ପ୍ରତିଯୋଗୀତାର ଶ୍ରେଷ୍ଠ ଲେଖାଗୁଡିକୁ ପାଠ କରାଯିବା ସହ ସେମାନଙ୍କୁ ପୁରଷ୍କାର ସହ ମାନ ପତ୍ର ଦ୍ବାରା ସମ୍ମାନୀତ କରାଯାଇଥିଲା।ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଶେରଗଡର ଯୁବାକବି ସୁଶ୍ରୀ ଶୁଭସ୍ମିତା ତ୍ରିପାଠୀ ଙ୍କ କବିତା ସଂକଳନ “ନୀଳତୃଷ୍ଣା”ର ସମୀକ୍ଷା କରି ଏହାର ଉଚ୍ଚ ପ୍ରସଂଶା କରିଥିଲେ ବିଶିଷ୍ଠ ସାହିତ୍ୟିକ ଶ୍ରୀ ବିପ୍ର ଚରଣ ମିଶ୍ର।ଶ୍ରୀ ଅଶୋକ କୁମାର ସାମନ୍ତରାୟ କବି ଶୁଭସ୍ମିତାଙ୍କ ପ୍ରସଂଶା ପତ୍ର ପାଠ କରିଥିଲେ।ପରିଶେଷରେ ଅତିଥୀ ମାନଙ୍କ ଦ୍ବାରା ତାଙ୍କୁ ସମ୍ମାନୀତ କରାଯାଇଥିଲା।ମଧ୍ୟାହ୍ନ ଭୋଜନ ବିରତ ପରେ କବି ଶ୍ରୀ ଯୁଗଳ ସାହୁ,ଶ୍ରୀ ନିରାକର ବିଷୋୟୀ,ଶ୍ରୀ ଭାଗିରଥୀ ପଣ୍ଡା ସ୍ବରଚିତ କବିତା ଆବୃତି କରିଥିଲେ। ଶ୍ରୀ ଅଶୋକ କୁମାର ସ୍ବାଇଁ,ଶ୍ରୀ ସୁଦର୍ଶନ ବେହେରା,ଶ୍ରୀ ରଘୁନାଥ ସାହୁ ସହଯୋଗ କରିଥିଲେ। ଉକ୍ତ ଉତ୍ସବ ରେ ୫୦ଜଣ କୁନୀ କବି ଉପସ୍ଥିତ ଥିଲେ।ପରିଶେଷରେ ଶ୍ରୀ ଅନିଲ୍ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here