ଦିଗପହଣ୍ଡି ୧୩/୧୦/୧୯(ନିପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ଓଡ଼ିଆ ସାହିରେ ଗଜଲକ୍ଷ୍ମୀ ପୂଜା ପାଇଁ ରବିବାର ଦିନ ସକାଳେ ୮ ଘଣ୍ଟିକା ସମୟରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ମାନେ ଯୋଗ ଦେଇ ଗାଁରେ ଥିବା ନିଳକଣ୍ଠଶର ମନ୍ଦିର ଥାଟରାଜ ପୋଖରୀ ନିକଟରେ ପୁରୋହିତ ମାନଙ୍କ ଦ୍ଵାରା ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରି ସାରିବା ପରେ ବାଦ୍ୟବାଦନା, ଘଣ୍ଟକୀର୍ତ୍ତନ, ଶଙ୍ଖ ମହିଳାଙ୍କ ହୁଳହଳିରେ ପ୍ରାୟ ୧ କିଲୋମିଟର ରାସ୍ତା ଅତିକ୍ରମ କରି ଓଡ଼ିଆ ସାହିରେ ପହଞ୍ଚିଥିଲେ। ଏହାପରେ ଲଷ୍ମୀ ପୂଜାର ପାରମ୍ପରିକ ନିତି ଆରମ୍ଭ ହୋଇଛ। ମାଆଙ୍କର ଏହି ପୂଜା ୮ ଦିନ ଧରି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପୁରୋହିତ ଶ୍ରୀ. ଭବାନୀ ଶଙ୍କର ତ୍ରିପାଠୀ ପ୍ରକାଶ କରିଛନ୍ତି। ଗାଁ ର ସରପଞ୍ଚ ବି କ୍ରିଷ୍ଣାରାଓ ସୁବୁଦ୍ଧି, ସଭାପତି ଭଗବାନ ସେଠି, ସମ୍ପାଦକ ଦଣ୍ଡପାଣି ପାତ୍ର, କୋସାଦକ୍ଷ ଏଲ୍ କୃଷ୍ଣ ପାତ୍ର, ଏବଂ ମା କନକଦୁର୍ଗା ପୁଜା କମିଟି ର ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନଙ୍କ ଶହଯୋଗରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି।

ରିପୋର୍ଟ ରବିକୁମାରଶର୍ମା




