ଶବ ଦାହ ପାଇଁ ନେଲା ବେଳେ କୋକେଇ ରୁ ଉଠିଲେ ଯୁବକ

0
325

ସୋରଡ଼ା,୧୩/୧୦- ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଲାଉ ଖାଲ ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା କୁ ନେଇ ଚାରିଆଡେ ଚହଳ ପଡି ଯାଇଛି l ସୂଚନା ମୁତାବକ ସେହି ଗ୍ରାମର ସୀମାଞ୍ଚଳ ମଲ୍ଲିକ ଗତ ୨ ଦିନ ତଳେ ଛେଳି ଚରେଇ ବାକୁ ନିକଟସ୍ଥ ଜଙ୍ଗଲ କୁ ଯାଇଥିଲା l ହେଲେ ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ସୀମାଞ୍ଚଳ କୁ ଚାରିଆଡେ ଖୋଜାଖୋଜି କରି ଶେଷରେ ଆଜି ସଂଜ୍ଞା ହୀନ ଅବସ୍ଥାରେ ଉଦ୍ଧାର କରିଥିଲେ l ସେ ମରିଯାଇଛି ଭାବି ସମସ୍ତଙ୍କ କାନ୍ଦ ବୋବାଳି ରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ମୃତଦେହ କୁ କୋକେଇ ଯୋଗେ ଶଶ୍ମାନ କୁ ଦାହ କରିବାକୁ ନେଉଥିବା ବେଳେ ବାଟରେ ହଠାତ ସୀମା ଉଠି ବସିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦୌଡି ପଳେଇ ଥିଲେ ମଧ୍ୟ କିଛି ଲୋକ ସାହସ ଜୁଟାଇ ତାକୁ ସୋରଡ଼ା ମେଡିକାଲ ରେ ଭର୍ତ୍ତି କରିଥିଲେ l ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି l ଏଭଳି ଘଟଣା କୁ ନେଇ ସମସ୍ତ ଗ୍ରାମବାସୀ ବ୍ୟତିବ୍ୟସ୍ତ ହୋଇପଡିଥିଲେ l

LEAVE A REPLY

Please enter your comment!
Please enter your name here