ହିଞ୍ଜିଳିକାଟୁ : ଗଜଲକ୍ଷ୍ମୀ ଙ୍କ ପୂଜା ମହାଆଡ଼ମ୍ବର ଆରମ୍ଭ

0
351

ହିଞ୍ଜିଳିକାଟୁ, ୧୪/୧୦: ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବରେ ହିଞ୍ଜିଳିକାଟୁ ପୋୖରଅଞ୍ଚଳ ପନିପରିବା ମାର୍କେଟ, ବଇଞ୍ଚ ବଣିଆ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକ ଉତ୍ସବମୁଖର ହୋଇଉଠିଛି । ଗଜଲକ୍ଷ୍ମୀଙ୍କୁ ଅରାଧନା କରିବା ଲାଗି ସକାଳୁ ସନ୍ଧ୍ୟା ଯାଏଁ ଅସ୍ଥାୟୀ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ପୁରୋହିତଙ୍କ ଦେବୀମାଙ୍କ ପୂଜାମନ୍ତ୍ର ଧ୍ୱନିରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହେଉଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଗ୍ରାମବାସୀ ଭକ୍ତି ଭାବନାର ଡ଼ୋରିରେ ବନ୍ଧା ହୋଇ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି । ସୁସଜ୍ଜିତ କଳାକୁଂଜ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ । ହିଂଜିଳିକାଟୁ ପୌରାଂଚଳ ସମେତ ବହୁ ଗ୍ରାମରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି ।ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ଅବସରରେ ସନ୍ଧ୍ୟାରେ ଅସ୍ଥାୟୀ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିବା ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା ।ପରେ ପନିପରିବା ମାର୍କେଟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ପରିବେଷଣ ହୋଇଥିଲା ।
ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here