ସାନଖେମୁଣ୍ଡି ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି

0
243

ସାନଖେମୁଣ୍ଡି,୧୪/୧୦ –ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ଆଜି ସାନଖେମୁଣ୍ଡି ବ୍ଲକରେ ମିଳିତ ଜନ ଶୁଣାଣି କରିଛନ୍ତି l ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ବ୍ରିଜେଶ କୁମାର ରାୟ,ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ୍ ଏବଂ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ସଂଯୋଜନା କରିଥିବା ବେଳେ ତହସିଲଦାର ଶ୍ରୀ ଅମିତ୍ କୁମାର ନାୟକ ,ବ୍ଲକ ସ୍ବାସ୍ଥ୍ୟ ଅଧିକାରୀ ଡଃ.ତପନ କୁମାର ମଲ୍ଲିକ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବିଭୁ ପ୍ରସାଦ ସୂପକାର, ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଜିଲ୍ଲା ଅଭିଯୋଗ ଅଧିକାରୀ ସୁଜିତ୍ କୁମାର ଗୌଡ଼ ପ୍ରମୁଖ ଅଂଶ ଗ୍ରହଣ କରି ମୋଟ ୪୨୦ ଗୋଟି ଅଭିଯୋଗ ଗୃହୀତ କରିଥିବା ବେଳେ ବିଭିନ୍ନ ରୋଗୀଙ୍କ ଆଶୁ ଚିକିତ୍ସା ପାଇଁ ଜିଲ୍ଲାପାଳ ମହୋଦୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୪ ଜଣ ହିତାଧିକାରୀଙ୍କୁ ୧,୩୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି l ଆୟୋଜିତ ଏହି ମିଳିତ ଜନ ଶୁଣାଣିରେ ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟତଃ ସାମାଜିକ ସୁରକ୍ଷା ଭତ୍ତା, ଆବାସ ଯୋଜନା ଜନିତ ଅଭିଯୋଗ ହୋଇଥିବାବେଳେ ଅଞ୍ଚଳର ଜଳସେଚନ ବ୍ୟବସ୍ଥାକୁ ନେଇ ସାତ୍ ପେଣ୍ଠ ଗୋପାଳପୁର ପଞ୍ଚାୟତର ସୁନାରିପଲ୍ଲୀ ପାନୀୟ ଜଳ ସମସ୍ୟା ନେଇ , ସାହାସପୁର ପଞ୍ଚାୟତର ସଦର ମହକୁମା ଗ୍ରାମ ଏବଂ ସୀଙ୍ଗିପୁରୁ ପଞ୍ଚାୟତର ବିଭକ୍ତ ହୋଇଥିବା କଂସାମାରି ପଞ୍ଚାୟତର ପରିଚାଳନା ଗତ ସମସ୍ୟାରେ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଧାରା ପାଇଁ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ମହାନଳା ସ୍ଥିତ ସାପୁଆବସାରୁ ବହୁ ଭୂମିହୀନ ମହିଳା ଆବାସ ଯୋଜନା ପାଇଁ ଯୋଗ୍ୟ ଥିଲେ ମଧ୍ୟ ଜମି ପଟ୍ଟା ନଥିବା କାରଣରୁ ସରକାରୀ ସହାୟତା ପାଇଁ ନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here