ପାରଳାଖେମୁଣ୍ଡିରେ ମାଁ’ ଗଜଲକ୍ଷ୍ମୀ ପୂଜା

0
189

 

ପାରଳାଖେମୁଣ୍ଡି, ୧୪/୧୦–  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓଡ଼ିଆ ଭଣ୍ଡାରି ସାହି ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗତ କାଲି ସକାଳୁ ମହେଦ୍ରତନୟା ନଦୀରୁ ଜଳ ଅଣାଯିବା ପରେ ଯଥାରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ ଧୁମଧାମରେ ଏହି ପୂଜା ପାଳନ କରାଯାଇଥିବା ବେଳେ ଆଲୋକମାଳରେ ଝଲୁସୁଛି। ୯ ଦିନ ଧରି ଚାଲିଥିବାକୁ ଥିବା ଏହି ପୂଜାରେ ପ୍ରଥମ ଦିନ ସନ୍ଧ୍ୟାରେ ଆଳତି ଦର୍ଶନ ପାଇଁ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରତେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।

ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here