ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ପାଟପୁର ଥାନା ପରିଦର୍ଶନ……

0
264

 

ସାନଖେମୁଣ୍ଡି :୧୫/୧୦/୧୯ (ନିପ୍ର) ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣିରେ ଆଜି ବ୍ଲକ୍ ପରିସରରେ ଅନୁଷ୍ଠିତ ହୋଇଥିବା ଅବସରରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ବ୍ରିଜେଶ କୁମାର ରାୟଙ୍କ ପାଟପୁର ଥାନା ଗସ୍ତ ହୋଇଅଛି l ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ପରେ ଶ୍ରୀ ରାୟ ପାଟପୁର ଥାନା ପରିଦର୍ଶନରେ ଥିବା ସହିତ ପୁରାତନ ପାଟପୁର ଥାନାର ଭିତ୍ତିଭୂମିକୁ ଗୁରୁତ୍ୱାରୋପ କରିଛନ୍ତି l ଆଜି ଅପରାହ୍ନରେ ଏହି ଗସ୍ତ କରି ଏହି ଅଞ୍ଚଳର ଆଇନ୍ ଶୃଙ୍ଖଳା ପ୍ରଦାନରେ ହୋଇଥିବା ଅସମତାକୁ ହୃଦୟଙ୍ଗମ କରିବା ସହିତ କର୍ମଚାରୀଙ୍କ କର୍ତ୍ତବ୍ୟ ନିଷ୍ଠାର ଲକ୍ଷ୍ୟ କରାଯିବା ସହ ସରକାରଙ୍କ ପ୍ରଚଳିତ ୫ଟି ପରିଚାଳନା ପ୍ରତି ସୁଦୂର ପ୍ରସାର ଅଭିବ୍ୟକ୍ତ ପ୍ରଦାନ କରିଛନ୍ତି l ସଂପ୍ରତି ପ୍ରଚଳିତ ‘ ମୋ ସରକାର ‘ ଯୋଜନା ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ହେତୁ ଅଞ୍ଚଳର କ୍ରାଇମ୍ ଫଲୋଅପ୍ ,ଅପରାଧୀ ସମ୍ବନ୍ଧୀୟ ତଥ୍ୟ ,ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟକାରିତା ନେଇ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି l ଅଭିଯୋଗକାରୀଙ୍କୁ  ସମ୍ମାନର ସହିତ ସେବା ପ୍ରଦାନ କରିବା, ସାଧାରଣ ଅଭିଯୋଗ କାରୀଙ୍କୁ ଉପଯୁକ୍ତ ସେବା ନେବା ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି l ପରିଶେଷରେ ଥାନାର ପାରିପାର୍ଶିକ ପରିଷ୍କାର କୁ ଗୁରୁତ୍ୱାରୋପ କରିବା ସହିତ କର୍ମଚାରୀଙ୍କ ମନୋବୃତ୍ତିକୁ ନେଇ ସଂସ୍କାର ଆଣିବାକୁ ପରାମର୍ଶ ପ୍ରଦାନ କରିଛନ୍ତି l ଥାନାଧିକାରୀ ଶ୍ରୀ ରମେ କୁମାର ପ୍ରଧାନଙ୍କ ସହ ବିଭାଗୀୟ ତର୍ଜମା କରିବା ସହିତ ଅଞ୍ଚଳର ଶାନ୍ତି ପ୍ରତିଷ୍ଠା ରେ ବିଭାଗର କର୍ମନିପୁଣତାକୁ ଅବଗତ କରିଛନ୍ତି l

ରିପୋର୍ଟ – ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here