Home ରାଜ୍ୟ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
178

ପାରଳାଖେମୁଣ୍ଡି, ୧୫/୧୦– ଗଜପତି ଜିଲ୍ଲା କାଶିନଗର ବ୍ଲକ୍ ଖାଣ୍ଡବା ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସପି ସାରା ଶର୍ମା ସମେତ ବହୁ ଜିଲ୍ଲା ଓ ବ୍ଲକ ସ୍ତରିୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ୭୧ଟି ଅଭିଯୋଗ ଶୁଣାଣି କରିଥିଲେ। ସେଥିରୁ ୪୦ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ଗୋଟିଏ ସାମୁହିକ ଅଭିଯୋଗ ରହିଥିଲା। ଏହି ଅବସରରେ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ୨୦ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା। ସେହି ଭଳି ୧୨ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। ବଂଶଧାରା ନଦୀକୁ ନେଇ ଆନ୍ଧ୍ର- ଓଡିଶା ମଧ୍ୟରେ ରହିଥିବା ବିବାଦର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିକଟରେ ଦାବି କରିଥିଲେ। ଏହି ଟ୍ରିବ୍ୟୁନାଲର ବିଚାର ଧନ ରହିଥିବାରୁ କୈାଣସି ପଦକ୍ଷେପ ନେବା ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଥିଲେ। ସେହିପରି କାଶିନଗର ଅଞ୍ଚଳରେ ଗ୍ୟାସ୍ ଡିଲରମାନେ ସିଲିଣ୍ଡର ପିଛା ୨୦ ଟଙ୍କା ଲେଖାଏଁ ଅଧିକ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ମାନେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେଣୁ ଏହାର ତରନ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ପାଇଁ ଲୋକେ ଜିଲ୍ଲାପାଳଙ୍କ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏବିଡିଓ ରାଜେନ୍ଦ୍ର କୁମାର ପଣ୍ଡା, ତହସିଲଦାର ଶାନ୍ତି ସ୍ଵରୁପ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏଡିଏମ ଲୋକନାଥ ରାଜୁ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!