ମେଗା ଆଇନ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ

0
203

 

ପାରଳାଖେମୁଣ୍ଡି ,୧୫/୧୦- ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଆଇନ ସେବା ଜର୍ଜ ଶ୍ରୀଯୁକ୍ତ ବିଶ୍ୱଜିତ ଦାସଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆୟୋଜିତ ହେବାକୁ ଥିବା ମେଗା ଆଇନ ସଚେତନତା ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇସାରିଛି। ଏହି ବୈଠକରେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ,ଜିଲ୍ଲା ବନବିଭାଗ ଅଧିକାରୀ ଭି. ଭି. ତାଗି, ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ଵାଇଁ, ଆଇନ ସେବା ପ୍ରାଧିକରଣ ସଂପାଦକ ଦିପା ଦାସ, କିଶୋର ନାୟକ ବୋର୍ଡ ଅଧ୍ୟକ୍ଷ, ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ ମିଶନ ଓ ଯୋଜନାର ଉଚ୍ଚପଦ ଅଧିକାରୀ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଜିଲ୍ଲାରେ ହେବାକୁ ଥିବା ମେଗା ଆଇନ ସଚେତନତା ଶିବିର କିଭଳି ଲୋକାଭିମୁଖି କରିବା ଏବଂ  ଅଧିକରୁ ଅଧିକ ଜନସାଧାରଣ କିଭଳି ଏହାର ଲାଭ ଉଠାଇ ପାରିବେ ସେନେଇ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ଭାଗ ନେଇଥିବା ଜନସାଧାରଣଙ୍କ ଉପସ୍ଥିତ ଏବଂ  ସହଯୋଗ କାମନା କରିଥିଲେ।

ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here