ଧରାକୋଟ: ମୂଖ୍ଯମନ୍ତୀ ଙ୍କ ଜନ୍ମ ଦିନ ଅବସର ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ଅନାଥ ଆଶ୍ରମରେ ମିଷ୍ଠାନ ବଣ୍ଟନ

0
214

ଧରାକୋଟ,୧୬/୧୦-ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୪ ତମ ଜନ୍ମଦିନ ଉପଲକ୍ଷେ ବୁଧବାର ଦିନ ଧରାକୋଟ ଠାରେ ବିଜେଡି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପକ୍ଷ ରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ପରଳ ଅପରେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥି ରେ ୧୮୦ ଜଣ ଙ୍କ ଚକ୍ଷୁ ପରିକ୍ଷା କରାଯିବା ସହ ପରଳ ଅପରେସନ ପାଇଁ ୩୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏଥି ରେ ଡାକ୍ତର ଗିରିଧାରିଲାଲ ଶତପତି,ଡାକ୍ତର ବ୍ରଜରାଜ କର, ସହାୟକ ଶିବପ୍ରିୟା ରେଡ୍ଡି,ରଞିତା ନାୟକ ପ୍ରମୂଖ ସହଯୋଗ କରିଥିଲେ।ଏହି ଶିବିର ରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଉପସ୍ଥିତ ଥିଲେ। ପରେ ପରେ ବ୍ଲକ୍ ବିଜୁ ଛାତ୍ର ଜନତା ଦଳ ର ସଭାପତି ମାନସ ରଞ୍ଜନ ଜେନା ଙ୍କ ସଭାପତିତ୍ୱ ରେ ଧରାକୋଟ ବାଲ୍ମୀକେଶ୍ୱର ଅନାଥ ଆଶ୍ରମ ରେ ମିଷ୍ଠାନ ବଣ୍ଟନ କରିଛନ୍ତି, ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ରବୀନ୍ଦ୍ର ଘୋଷ,ଶ୍ରମିକ ସମ୍ମୁଖ୍ୟ ର ସଭାପତି ସଚ୍ଚିଦାନନ୍ଦ ତ୍ରିପାଠି, ଓ ସମସ୍ତ ବିଜୁ ପ୍ରେମୀ ଭାଇ ଓ ଆଶ୍ରମ ର କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here