ପାରଳାଖେମୁଣ୍ଡି:ମଦ ଜବତ , ୬ ଗିରଫ

0
175

ପାରଳାଖେମୁଣ୍ଡି:ମଦ ଜବତ , ୬ ଗିରଫ
ପାରଳାଖେମୁଣ୍ଡି, ୧୬/୧୦– ଗଜପତି ଜିଲ୍ଲା ଅବକାରି ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଲିଟର ଦେଶୀ ରନ୍ଧା ମହୁଲ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି।
ଜିଲ୍ଲାପାଳ ଅନୁପମ ଶାହା ନିଦ୍ଧେଶ କ୍ରମେ ଅବକାରି ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀ ତତ୍ତ୍ଵବଧାନ ଓ ଅବକାରୀ ନିରୀକ୍ଷକ ପଦ୍ମ ଚରଣ ସାହୁଙ୍କ ନେତୃତ୍ୱରେ ନାରାୟଣପୁର, ପରିଡା, ବୋମିକା, ପାରଳାଖେମୁଣ୍ଡି ଜାଗିଲି ସାହି ଚଢାଉ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ୧୭ ଲିଟର ଦେଶୀ ରନ୍ଧା ମହୁଲ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୬ ଜଣ ହେଲେ ପାଡୁକୁ ଲକ୍ଷ୍ମୀ, ହେଲା ପାର୍ବତୀ, ତାଲଗାନା ଧାମୁଡି ଆମ୍ବା, ବିନିକା ମହାଙ୍କୁଡ, ସୋଲାପୁରମ୍ ଡାଲମା, ଓ ମେଲା ସରୋଜିନୀ ବୋଲି ଜଣା ପଡ଼ିଛି। ଏ ନେଇ ଅବକାରି ବିଭାଗରୁ ୩ ଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚତାଉରେ ଉପ- ନିରୀକ୍ଷକ ରବିନ୍ଦ୍ର କୁମାର ପ୍ରଧାନ, ଚନ୍ଦ୍ରଶେଖର ପରିଡା , ସହ ଉପ-ନିରୀକ୍ଷକ ଚିତରଞ୍ଜନ ଯେନା, କିଶୋର କୁମାର ରଥ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here