ହିଞିଳିକାଟୁ ବ୍ଳକ ଓ ପୋୖର ପରିଷଦରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ: ୩କନ୍ୟା, ମାଙ୍କୁ ପ୍ରଶଂସାପତ୍ର ପ୍ରଦାନ।

0
191

ହିଞିଳିକାଟୁ ୧୬/୧o :- (ନିପ୍ର) ରାଜ୍ୟରେ କନ୍ୟାଭୃଣ ହତ୍ୟା ବୃଦ୍ଧି ପାଉଛି।ଏହାକୁ ହ୍ରାସ କରିବା ସମାଜରେ କନ୍ୟା ସନ୍ତାନଙ୍କ ଗୁରୁତ୍ୱ ସମ୍ପର୍କରେ ସଚେତନ କାରାଇବା ନେଇ ହିଞିଳିକାଟୁ ସମ୍ମନିତ ଶିଶୁ ବିକାଶ ପକ୍ଷରୁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି।ବୁଧବାର ଶାସନ ଆମ୍ବଗାଁରେ ଏହି କାର୍ଯ୍ୟକ୍ରମ ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ ନାଥ ସମ୍ମାନିତ ଅତିଥି ଭାବେ ତହସିଲଦାର ଗୋପୀନାଥ କୁଅଁର ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ପରେ ୨ଶିଶୁ କନ୍ୟା ମାଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରିବା ସହ ମାମାନଙ୍କୁ ଗୋଟିଏ ଗୋଟିଏ ଗଛ ପ୍ରଦାନ କରି ସମ୍ମାନିତ କରିଥିଲେ । ସ୍ଥାନୀୟ ବିଦ୍ୟାଳୟରୁ ବହୁ ଛାତ୍ରୀ ସାଇକେଲ ରାଲିରେ ବାହାରି ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ । ସେହିପରିପୂର୍ବାହ୍ନରେ ହିଞିଳି ସାନସାହିରେ ଶିଶୁ କନ୍ୟାଙ୍କ ଘରକୁ ଯାଇ ଏହି ଉତ୍ସଵ ପାଳନ କରାଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୋୖର ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଓ ପୂର୍ବତନ କାଉନସିଲର ପବିତ୍ର ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତ କାର୍ଯ୍ୟକ୍ରମରେ କନ୍ୟା ମାଙ୍କୁ ପ୍ରଶଂସା ପତ୍ର ଦେବା ସହ ଗୋଟିଏ ବେବି ଗିଫ୍ଟ ପ୍ୟାକ ପ୍ରଦାନ କରିଥିଲେ । ସନ୍ତାନଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ବିଶ୍ୱନାଥ ମହାରଣା, ନୋଡ଼ାଲ ଅଫିସର ଶଙ୍କର୍ଷଣ ପଟନାୟକ, ଡି. ବିଶ୍ୱନାଥ, ଅଜୟ ମହାରଣା, ବିଜୟ କୁମାର ଶତପଥୀ, ଗୋପାଳ କୃଷ୍ଣ ମହାନ୍ତି, ସିଆରସିସି ରଘୁନାଥ ସାହୁ, ଅରୁଣ ବେହେରା ,ବିଜେଡି ଯୁବ ସଭାପତି ମନୋଜ କୁମାର ସାବତ ଉପସ୍ଥିତ ଥିଲେ ।ଏହି ଉପଲକ୍ଷେ ସୁପରଭାଇଜର ବନଜା ବେହେରା, ବାସନ୍ତି ଦେବୀ,ଏସ ଲଷ୍ମୀ,ପ୍ରମୁଖଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ମାଆ ମାନେ ଯୋଗ ଦେଇ ଉତ୍ସାହିତ କରିଥିଲେ

LEAVE A REPLY

Please enter your comment!
Please enter your name here