ବେଲଗାଁରେ ମୋ ଗାଁ ମୋ ତହସିଲ ,୧୪୨ ମାମଲା ଫଇସଲା

0
224

ହିଞିଳିକାଟୁ୧୭/୧୦:- ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଜନସାଧାରଣଙ୍କ ସହାୟତା ଏବଂ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ହାତ ପାହାନ୍ତାରେ ପହଂଚାଇବା ନିମନ୍ତେ ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ଅଭିନବ ଉପାୟରେ ସମାଧାନ ଶିବିର “ମୋ ଗାଁ ରେ ତହସିଲ” କାରାଯାଇଛି । ହିଞିଳିକାଟୁ ତହସିଲ ଅନ୍ତର୍ଗତ ବେଲଗାଁ ପଞାୟତ ପରିସରରେ “ମୋ ଗାଁ ରେ ତହସିଲ” ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତହସିଲ କାର୍ଯ୍ୟାଳୟକୁ ଯାଇ ପାରୁନଥିବା ଜନସାଧାରଣଙ୍କ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ଭାବେ ବିଭିନ୍ନ ପଟା ପାଇବାରୁ ବଞ୍ଚିତ ଥିବା ହିତାଧିକାରୀ ନିଜ ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେ l ଏହାକୁ ତହସିଲଦାର ଗୋପୀନାଥ କୁଅଁର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ହିତାଧିକାରୀମାନଙ୍କୁ କିପରି ସମସ୍ତ କାର୍ଯ୍ୟକ୍ରମ ସୁବିଧାରେ ଜାଣିପାରିବେ, ସେଥିପ୍ରତି ଉପସ୍ଥିତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ପଞାୟତର ପ୍ରାୟ ବହୁ ହିତାଧିକାରୀ ବିଭିନ୍ନ ପ୍ରକାର ଫର୍ମ ଆବେଦନ କରିଥିଲେ । ଜନସାଧାରଣଙ୍କୁ “ମୋ ଗାଁ ରେ ତହସିଲ” ସେବା ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମର ସୂଚୀ ସମ୍ପର୍କରେ ସଚେତନ କରାଇଥିଲେ । ଏଥିରେ ବସୁନ୍ଧରା, ପଟା ୮୬,ମ୍ୟୁଟେସନ-୩, ଇ-ପାଉତି, ଗ୍ରାମକଣ୍ଠକ-୬, ମିସଲେନିଏସ, ସାର୍ଟିଫିକେଟ ୩୩, ୧୯(୧) ସିଓଏଲଆର ୮ ଏ ସମେତ ସମୁଦାୟ ୧୪୨ମାମଲା ଫଇସଲା ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ ସମାଧାନ ହୋଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ସ୍ଥାନୀୟ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ, ଗଣ୍ଡଳା ସରପଞ୍ଚ ଗୌରୀ ସାହୁ,କାଳିଆ ସାହୁ, ଆରଆଇ ବେଲଗାଁ, ଭାବନ୍ଧ,ଦୁର୍ବନ୍ଧ,ଶାହାପୁର ଟିଟୁ ସେଠୀ, ବିନୟ ଶବର, ସଞ୍ଜୟ ଦାସ,ସପନେଶ୍ୱର ପାଳ, ରାମହରି ଶର୍ମାଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here