ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ୫-ଟି ସଚିବଙ୍କ ଭୟ ଘାରିଛି

0
208

ପାରଳାଖେମୁଣ୍ଡି ,୧୭/୧୦- ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ୫-ଟି ସଚିବଙ୍କ ସମ୍ଭାବ୍ୟ ଗ୍ରସ୍ତକୁ ନେଇ ଭୟ ଘାରିଛି। ତାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରେ। ଆଜି ମୁଖ୍ୟ ଜିଲ୍ଲା ଚିକିତ୍ସା ପରିସରରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ରୋଗୀମାନଙ୍କ ନିମନ୍ତେ ପ୍ରଦାନ କରାଯାଇଥିବା ନୂତନ ଯନ୍ତ୍ରାଂଶ ଗୁଡିକ ଲଗାଯିବା ଓ ଦୀର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ସାମଗ୍ରୀ ମରାମତି କାମ କରା ଯାଇଥିବାର ଦୃଶ ଦେଖିବାକୁ ମିଳିଥିଲା। ଜିଲ୍ଲା ଗଠନ ହେବାଠାରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଭଳି ପଦ କ୍ଷେପ ଗ୍ରହଣ କରାଯାଇଥିବାର ଦୃଷ୍ଟି ଗୋଚର ହୋଇନଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ୱାର୍ଡ଼ରେ ଭଙ୍ଗା ଖଟ, ପଙ୍ଗା, ଟ୍ୟୁବଲାଇଟି, ଶୌଚାଳୟ ସଫା, ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ସୁଇଚ ବୋଡ଼ , ପାନୀୟ ଜଳ ସୁବିଧା, ପାଇପ ଗୁଡିକ ମରାମତି କରାଯିବା ସହ ଚୀନ ଲଗାଇବା କାର୍ଯ୍ୟ ତରବରିଆ ଭାବେ କରାଯାଉଥିଲା। ସେହିଭଳି ଆହର କେନ୍ଦ୍ର ପରିସରରେ ପାନୀୟ ଜଳ ବ୍ୟବସ୍ଥା, ଅଚଳ ଫେନ୍ ଗୁଡିକ ମରାମତି କାର୍ଯ୍ୟ ,ନୂତନ ଷ୍ଟୀଟ ଲାଇଟ ଲଗାଇବା, ଡାୟାଲିସିସ ସେଣ୍ଟରରେ ନୂତନ ମେସିନ୍ ଲଗାଇବା ଏବଂ ନୂତନ ଭାବେ ନିର୍ମାଣ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ପ୍ରସ୍ତୁତକାଳିନ ଓ ଶିଶୁ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼ ଗୁଡିକରେ ସଫେଇ କାର୍ଯ୍ୟ ସମେତ ବହୁ ସଂଖ୍ୟାରେ ନୂତନ ପଙ୍ଗା ଲଗାଯାଇଛି। ଏହାବ୍ୟତୀତ ଚିକିତ୍ସାଳୟ ବହୁଦିନ ପଡିରହିଥିବା ବର୍ତ୍ତବସ୍ତୁ ଗୁଡିକୁ ବାହାର କରାଯାଇ ଏକ ଟ୍ରାକ୍ଟର ଯୋଗେ ନିଆଯାଉଛି।
ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ହଠାତ୍ ନିଆଯାଇଥିବା ପଦକ୍ଷେପକୁ ଦେଖି ବିଭିନ୍ନ ୱାର୍ଡ଼ର ରୋଗୀ ଓ ସେମାନଙ୍କ ନିକଟରେ ଥିବା ସମ୍ପର୍କୀୟ ମାନେ ଏବଂ ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହଠାତ୍ କେଉଁ କାରଣରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୁଦ୍ଧ କାଳୀନ ଭିତୀରେ କାର୍ଯ୍ୟ କରାଯାଉଛି ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
ତେବେ ରାଜ୍ୟ ସରକାରଙ୍କ ତରଫରୁ ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ପ୍ରତେକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁଛିକି ନାହିଁ ତାହାର ତଦାରଖ କରିବା ପାଇଁ ୫-ଟି ଟିମ ଗଠନ କରାଯାଇଛି। ଉକ୍ତ ଟିମ ଦିନେ କିମ୍ବା ଦୁଇ ଦିନ ଭିତରେ ଗ୍ରସ୍ତ କରିବାର ସମ୍ଭାବନା କାର୍ଯ୍ୟକ୍ରମ ରହିଛି ତେଣୁ ୫-ଟି ସଚିବଙ୍କୁ ସନ୍ତୋଷ୍ଟ କରିବା ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହି ପ୍ରୟାସ ଆରମ୍ଭ କରିଥିବା ଲୋକ ଲୋଚନକୁ ଆସିଛି।
ସୂଚନା ଯୋଗ୍ୟ ଯେ ୫-ଟି ସଚିବ ଟିମ ସୁନ୍ଦରଗଡ଼ ଜିଲ୍ଲା ଗ୍ରାସ୍ତରେ ଯାଇ କର୍ତ୍ତବ୍ୟରେ ଅବହେଳା ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରର ଅବହେଳା ପ୍ରଦର୍ଶନ କରିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ସେହି କାର୍ଯ୍ୟାନୁଷ୍ଠାନ ଭୟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। କିନ୍ତୁ ୫-ଟି ସଚିବ ଯେତେବେଳେ ଗଜପତି ଜିଲ୍ଲା ଗ୍ରସ୍ତ କରିବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅବ୍ୟବସ୍ଥା ଗୁଡିକ ହେଲା ଡାକ୍ତର ମାନେ ବିଳମ୍ବରେ ପହଞ୍ଚିବା ,ଚିକିତ୍ସାଳୟରେ ରୋଗୀ ନିମନ୍ତେ ସ୍ବଛପାନୀୟ ଜଳ ଯୋଗାଣ ଅଚଳ ରହିଥିବା ଏହି ଗ୍ରସ୍ତ ପରେ ହିଁ ଜଣା ପଡିବ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here