ପଦ୍ମନାଭପୁର ଓଡ଼ିଆ ସାହିରେ କୁଙ୍କମପୂଜା କାଯ୍ୟକ୍ରମ ଅନୁଷ୍ଠିତ

0
225

 

ଦିଗପହଣ୍ଡି (ନିପ୍ର) ୧୭/୧୦/୧୯:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିକଟସ୍ଥ ପଦ୍ମନାଭପୁର ଗ୍ରାମର ଓଡ଼ିଆ ସାହି ଠାରେ ମହାଆଡମ୍ବର ସହକାରେ ପାଳନ କରାଯାଉଛି ଗଜଲକ୍ଷ୍ମୀ ପୂଜା। ଆଜି ଗୁରୁବାର ଚତୁର୍ଥ ଦିନ ଅବସରରେ ସକାଳେ ପଣ୍ଡିତ ଶ୍ରୀ ଭବାନୀଶଙ୍କର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ସକାଳେ କୁଙ୍କମ ପୂଜା କାଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଏହି ପୂଜାରେ ଗାଁ ର ଶତାଧିକ ମହିଳା ମାନେ ଉପସ୍ଥିତ ରହି ମାଆଙ୍କର ପୂଜାର୍ଚ୍ଚନା କରିଥିଲେ। ପରିଶେଷରେ ମାଆଙ୍କୁ ଆଲତୀ ମଧ୍ୟ କରାଯାଇଥିଲା ଏଥି ସହ ପ୍ରତ୍ୟହ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ପ୍ରାସାଦ ସେବନର ବ୍ୟବସ୍ଥା ରହିଥିବା କମିଟି ପକ୍ଷରୁ ଜଣାପଡିଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଭାପତି ଭଗବାନ ସେଠୀ, ସଂପାଦକ ଡି. ଦଣ୍ଡପାଣି ପାତ୍ର, କୋଷାଧ୍ୟକ୍ଷ ଏଲ୍ କୃଷ୍ଣ ପାତ୍ର, ଉପଦେଷ୍ଟା ଭାବେ ସରପଞ୍ଚ ବି କ୍ରିଷ୍ଣାରାଓ ସୁବୁଦ୍ଧି, ସମିତିସଭ୍ୟ ସୁଶାନ୍ତକୁମାର ସେଠୀ, ସିଏଚ୍ ତ୍ରିପତୀ ସୁବୁଦ୍ଧି, ସିଏଚ୍. ଏଙ୍କେଟସ୍ ପୃଷ୍ଟି, ଏସ୍ ଟୁଟୁ, ସିଏଚ୍. ଶଙ୍କର ସୁବୁଦ୍ଧି, ତ୍ରିନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ତ୍ରିଲୋଚନ ଜାନୀ, ପରିଚାଳନା କରୁଥିବା ବେଳେ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଥିବା ଦେଖାଯାଉଛି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here