ଗଜଲକ୍ଷ୍ମୀ ପୂଜାରେ ଝଲସୁଛି ପଦ୍ମନାଭପୁର ଗ୍ରାମ

0
197

ଦିଗପହଣ୍ଡି (ନିପ୍ର) ୧୭/୧୦/୧୯:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ପଦ୍ମନାଭପୁର ଗ୍ରାମରେ ତିନି ତିନୋଟି ଗଜଲକ୍ଷ୍ମୀ ମେଢ଼ ଅନୁଷ୍ଠିତ ହୋଇଛି।ଉକ୍ତ ସମସ୍ତ ମେଢ଼ରେ ସାଜସଜ୍ଜା, ଅଲୋକୀକରଣ, ଶବ୍ଦ, ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବରେଣ୍ୟ ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ୱନୀରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହେଉଛି।ଗୋଟିଏ ମେଢ଼ ଦାୟିତ୍ୱ ଖୋଦ ସରପଞ୍ଚ ବି.କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିବା ବେଳେ ୨ୟ ମେଢ଼ର ପୁରଧା ସାଝିଛନ୍ତି ପଦ୍ମନାଭପୁର ର ସମାଜ ସେବକ ତଥା ମହନ୍ତ ଶିବାନନ୍ଦ ଦାସ ଏବଂ ୩ୟ ମେଢ଼ର ଦାୟିତ୍ୱ ନେଇଥିଲେ ଗ୍ରୀନ ଚିଲ୍ଲୀର ପ୍ରୋପାଇଟର କେଶବ ରାଓ ଏବଂ ମନୋଜ ଚୌଧୁରୀ।୧ମ ମେଢ଼ରେ ପୂଜାର୍ଚ୍ଚନା ଏବଂ ଭଳିକି ଭଳି ଏଲିଡ଼ି ବୋର୍ଡ଼,ବୃହତକାୟ ବୈଦ୍ୟୁତିକ ଗେଟ,ଆଲୋକ ସାଜସଜ୍ଜା ଅତି ଉଚ୍ଚକୁଟୀର ଥିବାବେଳେ ୨ୟ ମେଢ଼ କମିଟି ଦ୍ଵାରା ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭକ୍ତ ବୃନ୍ଦଙ୍କୁ ମାଗଣା ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା।୩ୟ ମେଢ଼ରେ ପ୍ରତି ଦିନ ପ୍ରବଚନ ଏବଂ ନାମିଦାମୀ କଳାକାର ମାନଙ୍କୁ ନେଇ ଷ୍ଟେଜଶୋ ଲୋକମାନଙ୍କୁ ଆକୃଷ୍ଟ କରୁଥିଲା।ଏହି ୩ଟି ଗଜଲକ୍ଷ୍ମୀ ମେଢ଼ କରିବା ପଛରେ କିଛି ରାଜନୈତିକ କେଏଁ ରହିଥିବା ଲୋକେ ଆଲୋଚନା କରୁଛନ୍ତି।କିଛି ପୁରଧା ନେତାଙ୍କ ଲୋକପ୍ରିୟତା ହ୍ରାସ ହେଉଛି ତେଣୁ ଏପରି ପୂଜା, ଯାତ୍ରା ଓ ନାଟକ ମାଧ୍ୟମରେ ଲୋକଙ୍କୁ ବଶୀଭୂତ କରିବା ପାଇଁ ବୃଥା ପ୍ରଚେଷ୍ଟା ହେଉଥିବା ଲୋକେ ସମାଲୋଚନା କରୁଛନ୍ତି।ରାଜନୈତିକ ନେତାମାନେ ପ୍ରଥମେ ଅଞ୍ଚଳର ଗରିବୀ, ଦଳିତ, ବିକଳାଙ୍ଗ,ବିଧବା ମାନଙ୍କୁ କିପରି ସହାୟତା ଦେଇହେବ ,ଅଞ୍ଚଳରେ ପରିମଳ ବ୍ୟବସ୍ଥା କିପରି ସୁଧାର ହେବ।ଲୋକେ ରାସ୍ତା କଡ଼ରେ ଝାଡ଼ା ଫେରି ଅସନା କରୁଛନ୍ତି, ଯାହାଫଳରେ ବିଦ୍ୟାର୍ଥୀ, ମହିଳା ଓ ସାଧାରଣ ଲୋକେ ଯାତାୟତ କରିବା କଷ୍ଟସାଧ୍ୟ ହୋଇପଡୁଛି ସେଥି ପ୍ରତି ଲୋକଙ୍କୁ ସଚେତନତା ଏବଂ ଏହାର ଦୂରୀକରଣ ସକାଶେ ଉପଯୁକ୍ତ ପଦକ୍ଷେପ ନେଇ କାର୍ଯ୍ୟ କରିବା ପାଇଁ ଦାବି ହେଉଛି।ଯଦି ସବୁ ନେତା ଏସବୁ ବିଷୟ ଉପରେ ବେଶି ଗୁରୁତ୍ୱ ଭାବି ସମୟ ଦେଇ ସମାଧାନ କରି ପାରିବେ ତେବେ ତାଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବି ମାନେ କହୁଛନ୍ତି।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here