ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

0
176

ବ୍ରହ୍ମପୁର ,୧୮/୧୦-ବ୍ରହ୍ମପୁର ମହାନଗର ର ଫାଷ୍ଟ ଗେଟ ନିକଟସ୍ଥ ୧୩୨ କେ ଭି ଲାଇନ୍ କଲୋନି ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷକ ମଳୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି ଆର ସି ସି ଜୟସେନ ପ୍ରଧାନ ମୁଖ୍ୟ ଅତିଥି ଏବଂ ସମାଜସେବୀ ଅନିଲ କୁମାର ଚୌଧୁରୀ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମ କକ୍ଷ କରିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ ଠାରୁ ଆରମ୍ଭ କରି ପୋଷାକ ଏବଂ ବୁଟ ଓ ସୋକସ ସହ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି ।ଏଣୁ ଏହାର ସୁବିଧା ନେଇ ଭଲ ପାଠ ପଢି ବଡ ମଣିଷ ହୁଅ ବୋଲି ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଥିଲେ ।ପ୍ରଧାନ ଶିକ୍ଷୟତୀ ଭାରତୀ ପ୍ରଧାନ ସଭାକୁ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟତୀ ଓ ଶିକ୍ଷକ ଉଷା ରାଣୀ ପଟ୍ଟନାୟକ, ରାମଚନ୍ଦ୍ର ଦାଶ,ଅଜିତ କୁମାର ମହାରଣା ଓ ହେଲପର୍ ଭାଗ୍ୟ ସାହୁ,ଜୋଚନା ନାୟକଙ୍କ ସହ ସି ଏମ ସି ସଭାପତି କୃଷ୍ଣଚନ୍ଦ୍ର ସେଠୀ, ସନ୍ତୋଷ କୁମାର ପାଢୀ, ନିମାଇ ଚରଣ ପଣ୍ଡା, ହରିକୃଷ୍ଣ ମହାପାତ୍ର, ବନିତା ସ୍ବାଇଁ, ବନିତା ପ୍ରଧାନ, ମମତା ସାହୁ, ଶୁଶିଳା ଦାଶ ,କାର୍ତ୍ତିକ ସାହୁ, ଝିଲି ଦାଶଙ୍କ ଓ ସାମୟିକ ଶିକ୍ଷୟତୀ ମମତା ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ ।ଛାତ୍ରୀମାନେ ପ୍ରାରମ୍ଭିକ ଗୀତ ଗାଇ ସମସ୍ତ ଅତିଥି ଓ ଅଭିଭାବକ ଙ୍କ ମନ ମୋହି ଥିଲେ ।ଏଥିରେ ବିଦ୍ୟାଳୟରେ ୧ମ ରୁ ୮ମ ଯାଏଁ ଅଧ୍ୟୟନ ରତ ୧୯୪ପିଲାଙ୍କୁ ପୋଷାକ ଓ ବୁଟ ଓ ସୋକସ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here