ରାସନ ଦୋକାନ ବ୍ୟବସାୟିକୁ ଧମକ ଦେଇ ଅଭିଯୁକ୍ତ ଗିରଫ

0
161

ଦିଗପହଣ୍ଡି (ନିପ୍ର) ୧୭/୧୦/୧୯: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ପଦ୍ମନାଭପୁର ଗ୍ରାମର ଜଣାଶୁଣା ଅପରାଧୀ ଏସ୍ ରାଜୀବ ରେଡ୍ଡିଙ୍କୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଲାଣ କରିଛି। ମାମଲା ନଂ ୨୦୯/୧୯ ଦଫା ୨୯୪/୩୪୧/୩୨୩/୩୮୫/୫୦୬ ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀଙ୍କ ସୂଚନାପ୍ରକାରେ ଗତ ଶନିବାର ଦିନ ରାତି ପ୍ରାୟ ୯ ଟାରେ ପଦ୍ମନାଭପୁର ଗାଁର ମୁଖ୍ୟ ରାସ୍ତାରେ ରାସନ ଦୋକାନ କରିଥିବା ବ୍ୟବସାୟ ଇ. ଆଶିଷ କୁମାର ଓ ତାଙ୍କ ବାପା ଇ. ଶିବରାମଙ୍କୁ ଅଭିଯୁକ୍ତ ରାଜୀବ ପ୍ରତି ମାସରେ ୫ହଜାର ଦାଦା ବଟି ଦେବ ନା ତମ ଦୋକାନକୁ ନିଆଁ ଲଗାଇ ଦେବି କହିଥିଲେ ଏହାକୁ ପ୍ରତିବାଦ କରିବାରୁ ଉଭୟ ବାପା ପୁଅଙ୍କ ଗାଲକୁ ରାଜୀବ ଚାପୁଡ଼ା ମାରିଥିଲେ। ପରେ ପକେଟରୁ ଛୁରୀ କାଢି ଆଶିଷଙ୍କ ପେଟକୁ ଭୂଷିଦୋବାକୁ ଉଦ୍ୟମ କରିବା ବେଳେ ସେ ଛୁରୀକୁ ଧରି ଦେବାରୁ ତାଙ୍କ ଡାହାଣ ହାତ ପାପୁଲିରେ ଆଘାତ ଲାଗିଥିଲା। ପାଖରେ ଠିଆ ହୋଇଥିବା ବାପା ଶିବରାମ ଛଡ଼ାଇବାକୁ ଯିବାରୁ ରାଜୀବ ତାଙ୍କୁ ମଧ୍ୟ ମାରିଥିଲେ ।ଅଭିଯୁକ୍ତ ଧରିଥିବା ବିଦେଶୀ ମଦ ବୋତଲରୁ ମଦ ଆଶିଷଙ୍କ ମୁହଁକୁ ଛାଟି ଦିନେ ନାଁ ଦିନେ ଜୀବନରେ ମାରିଦେବାକୁ ଧମକ ଦେଇ ଗାଁ ରୁ ଫେରାର ହୋଇଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତ କିଛି ଦିନ ପୂର୍ବେ ଅଭିଯୁକ୍ତ ରାଜୀବ ବ୍ୟବସାୟୀ ଆଶିଷଙ୍କ ଦୋକାନକୁ ଆସି ମୋତେ ନୂଆଁ ଡ୍ରେସ ଆଉ ୫ ହଜାର ଟଙ୍କା ଦେବୁ ନହେଲେ ତୁ କେମିତି ଦୋକାନଓ ଗୋଦାମଖୋଲିବୁ ଦେଖିବି କହି ଧମକ ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି ।ଅଭିଯୁକ୍ତଙ୍କ ନାଁ ରେ ଅନେକ ଅପରାଧିକ ମାମଲା ଅପରାଧିକ ମାମଲା ଦିଗପହଣ୍ଡି ଓ ବ୍ରହ୍ମପୁର କୋର୍ଟରେ ବିଚାରାଧୀନ ଥିବା ଜଣାପଡିଛି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here