ବ୍ଳକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ

0
184

ହିଞିଳିକାଟୁ:- ୧୯/୧୦ ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ବ୍ଳକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ସ୍ଥାନୀୟ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ଉଦଘାଟିତ ହୋଇଯାଇଛି । ବ୍ଳକ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡାଉତ୍ସବକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ ରଘୁନାଥ ମୁଖ୍ୟ ଅତିଥି ଭାବେ,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ଦ୍ୱାରା କିପରି ନିଜକୁ ସୁସ୍ଥ ରଖାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀ ମାନେ କ୍ରୀଡାରେ ସଫଳତା ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଏବିଇଓ ବିଶ୍ୱନାଥ ମହାରଣା ଓ କେ ନିମେଇ ଚରଣ ମହାପାତ୍ର,ସିଆରସିସି ରଘୁନାଥ ସାହୁ ପ୍ରମୁଖଙ୍କ ସମେତ କ୍ରୀଡା ଶିକ୍ଷକମାନେ ଯୋଗଦେଇଥିଲେ । ଏହି କ୍ରୀଡା ସକାଳ ୯ଘଣ୍ଟରୁ ଆରମ୍ଭ ହୋଇ ଥିବାବେଳେ ଖୋଖୋ, କବାଡି, ଆଥଲେଟିକ,ଦୌଡ଼ ପ୍ରଭୃତି କ୍ରୀଡା ପ୍ରତିଯୋଗୀତାମାନ ଅଂଶଗ୍ରହଣ କରିଥିଲେ । ଏଥିରେ ମୋଟ ୫୨ଟି ବିଦ୍ୟାଳୟର ପ୍ରାୟ ୩୦୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ ସେଥି ମଧ୍ୟରୁ ୭୦ ଜଣ ପ୍ରତିଯୋଗୀ ଜୋନାଲ କ୍ରୀଡା ହେବାକୁ ଥିବା ମନୋନୀତ ହୋଇଥିଲେ ।କୃତି ପ୍ରତିଯୋଗୀମାନଙ୍କୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରଶେଖର ପୃଷ୍ଟି ମାନ୍ୟତା ପତ୍ର ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ବଟକୃଷ୍ଣ ପଣ୍ଡା, ଦୁର୍ଗାମାଧବ ପଣ୍ଡା, ତପନ କୁମାର ପାଣିଗ୍ରାହୀ, ବେଣୁଧର ନାୟକ ବିଭୁତି ପଟନାୟକ, ଅଶୋକ ପାଢ଼ୀ, ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here