ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

0
189

ପାରଳାଖେମୁଣ୍ଡି , ୨୦/୧୦– ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ସ୍ଥିତ ସରକାରୀ ଆଇଟିଆଇ କଲେଜର ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ ।
ଗୁରୁ ଶିଷ୍ୟ ପରମ୍ପରା ଉପରେ ପୁଣି ଉଠିଛି ଆଙ୍ଗୁଠି ।ଜଣେ ଶିକ୍ଷକ ମାଠରେ ଆଇଟିଆଇ ଛାତ୍ର ଗୁରୁତ୍ୱ ।ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ରେ ଘଟିଛି ଏଭଳି ଏକ ଘଟଣା ।
ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଥିବା ସରକାରୀ ଆଇଟିଆଇ କଲେଜର ଦ୍ୱିତୀୟ ବର୍ଷ ଛାତ୍ର ଧର୍ମପଦ ନାୟକ ହୋଷ୍ଟଲରେ ଶୋଇଥିବା ସମୟରେ ସେହି କଲେଜର ଶିକ୍ଷକ ଧର୍ମେଦ୍ର ସାହୁ ତାଙ୍କ ପ୍ରତି ଆକ୍ରମଣ କରିଥିଲେ। ଶିକ୍ଷକଙ୍କ ଆକ୍ରମଣ ଛାତ୍ର ଜଣଙ୍କ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପଡିରହିଥିବା ଛାତ୍ରକୁ ଅନ୍ୟ ଛାତ୍ର ମାନେ ଉଦ୍ଧାର କରି ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଥିବା ଡାକ୍ତର ଶ୍ରାବଣ କୁମାର ତାଙ୍କୁ ଚିକିତ୍ସା କରିଥିଲେ । ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ୧୦୮ ଆମ୍ବୁଲାନ୍ସ ନମିଳିବାରୁ ଏକ ସ୍ବତନ୍ତ୍ର ଗାଡିରେ ଛାତ୍ର ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣା ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜର ଅଧ୍ୟକ୍ଷ ପ୍ରକାଶ ରଞନ ସୋରେନ କହିଛନ୍ତି। କଲେଜ ପକ୍ଷରୁ ଏ ଯାଏଁ ଶିକ୍ଷକଙ୍କ ଉପରେ ପୋଲିସ ଥାନାରେ କୈାଣସି ଏତଲା ଦିଆଯାଇ ନାହିଁ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here