ସାହାସପୁର୍ ବିଜୁ ଯୁବ ବାହିନୀ ଦ୍ଵାରା ‘ ରକ୍ଷକ ‘ ଅଭିଯାନ ଆୟୋଜିତ

0
239

 

ଦିଗପହଣ୍ଡି/ସାନଖେମୁଣ୍ଡି (ନିପ୍ର) ୨୦/୧୦/୧୯ : ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ପାଇଁ ମାତ୍ରାଧିକ ସଡ଼କ ସୁରକ୍ଷା ଓ ନିୟମ ସଚେତନତାର ଅଭାବରୁ ଘଟିଥିବା ଆକଳନ କରି ସରକାର ପ୍ରାୟ ସ୍ତରରେ ଏହାର ନିରାକରଣ ପାଇଁ ସଚେତନତା ଯାରିରଖିଛନ୍ତି l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦିଗ୍ ପ୍ରତି ଧ୍ୟାନ ଦେଲେ ମୋଟର ବାଇକ୍ ଚାଳକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସ୍ୱରୂପ ସଚେତନତାର ବିଧି ବ୍ୟବସ୍ଥା କରିଛନ୍ତି l ପରନ୍ତୁ ଏହାର ସୁଦୂର ପ୍ରସାର ପ୍ରବାହ ସାମାଜିକ ସ୍ତରରେ ଅପହଞ୍ଚ ହୋଇଥିବା କାରଣରୁ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ତରଫରୁ ରାଜ୍ୟରେ ସରକାରୀ ସ୍ଵେଚ୍ଛାସେବୀ ଭାବେ ପରିଗଣିତ ବିଜୁ ବାହିନୀ ତରଫରୁ ପଞ୍ଚାୟତ ସ୍ତରରେ ଏହି ସଚେତନତାର ପ୍ରସାର ଅଣାଯାଇଛି l ‘ ରକ୍ଷକ ‘ ଅଭିଯାନ ଏହି ସଚେତନତା କାର୍ଯ୍ୟକ୍ରମ ପ୍ରକାରେ ଆଜି ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଯୁବ ବାହିନୀ ସୌଜନ୍ୟରୁ ପଞ୍ଚାୟତ ସଦର ମହକୁମା ଠାରେ ବିଜୁ ଯୁବ ବାହିନୀ ସଭାପତି A. କୈଳାଶ ପାତ୍ର ଙ୍କ ତତ୍ତ୍ଵାବଧାନରେ ଏହି ସଡ଼କ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ‘ ରକ୍ଷକ ‘ ଆୟୋଜିତ ହୋଇଅଛି l ‘ ସତର୍କ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ ‘ ସଡ଼କ ସୁରକ୍ଷା ଜୀବନ ରକ୍ଷା, ନାରା ସହିତ ବାଇକ୍ ଚାଳନାରେ ହେଲମେଟ ପରିଧାନ ,ମୋବାଇଲ ବ୍ୟବହାର ନିଷିଦ୍ଧତା ,ମଦ୍ୟପାନ କରି ଗାଡ଼ି ଚଳାଇବାକୁ ବାରଣ କରାଯିବା ଜନିତ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା l ସାଧାରଣ ସଚେତନତା ଜନିତ ପ୍ରଶିକ୍ଷଣ ପଥପ୍ରାନ୍ତ ସଭାରେ ପ୍ରଦାନ କରାଯିବା ସହ ଟ୍ରାଫିକ ନିୟମ ମନିବା ପାଇଁ କୁହାଯାଇଥିଲା l ପରବର୍ତ୍ତୀ ସମୟରେ ସଦର ମହକୁମା ଠାରୁ ସାହାସପୂର୍ ହାଟପଦା ପର୍ଯ୍ୟନ୍ତ ହେଲମେଟ ପରିଧାନ କରି ବାଇକ୍ ରାଲି ସମ୍ପନ୍ନ କରାଯାଇଥିଲା l ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହାସପୂର୍ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ସହ ସଂପାଦକ N. ବିନାୟକ ପାତ୍ର , କୋଷାଧ୍ୟକ୍ଷ ଅନିଲ ରାଉତ, ନାଏବ ସରପଞ୍ଚ ସୁଶାନ୍ତ ବାଡତ୍ୟା , ୱାର୍ଡ ସଭ୍ୟ ଭାବରେ ତୋଫାନ ମହାନ୍ତି ସହିତ A. ଦୁର୍ଯ୍ୟୋଧନ ପାତ୍ର, ସିମାଞ୍ଚଳ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ l

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here