ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ଅଭିଯୋଗ

0
159

ବ୍ରହ୍ମପୁର, ୨୧/୧୦- ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ନୂତନ କୁଳପତି ଡକ୍ଟର, ଗୋବିନ୍ଦ ଜୋସଫ ଚକ୍ରପାଣି ଙ୍କୁ ତାଙ୍କ ପ୍ରକୋଷ୍ଠରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ନୂତନ କୁଳପତି ଙ୍କୁ ବିଶ୍ବବିଦ୍ୟାଳୟ ର ଉନ୍ନତି ସକାଶେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରlଯାଇଥିଲାl ସଂଘ ତରଫରୁ ବିଶ୍ବବିଦ୍ୟାଳୟ ରେ କିପରି ଦୁଇ ପ୍ରକାର ପେନସନ ଲାଗୁ ହୋଇଥିବା ନେଇ କର୍ମଚାରୀ ପ୍ରତିନିଧି ଉଦବେଗ ପ୍ରକାଶକରି କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସରକାର ବିଶ୍ବବିଦ୍ୟାଳୟ କୁ ଏଣିକି କୌଣସି ଆର୍ଥିକ ସହାୟତା ପେନସନ ବାବଦରେ ନଦେବାକୁ ନିଷ୍ପତ୍ତି କରି ବିଶ୍ବବିଦ୍ୟାଳୟ କୁ ଜଣାଇଥିବାରୁ ପ୍ରତିନିଧି ମାନେ କୁଳପତି ଙ୍କ ଦୁର୍ଷ୍ଟି କୁ ଆଣିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟଳୟ ନିର୍ଦେଶ ଅନୁଯାୟୀ ବିଶ୍ବବିଦ୍ୟାଳୟ ରୁ ଯେଉଁମାନେ ୩୦/୧୦/୨୦୧୨ ମସିହା ପୂର୍ବରୁ ଅଵସର ନେଇ ଛନ୍ତି ସେମାନଙ୍କ ପେନସନ ଇତ୍ୟାଦି ନିର୍ଦ୍ଦାରଣ କରିବା ପାଇଁ କୁଳପତି ଙ୍କୁ ଅନୁରୋଧ କରିଛନ୍ତି l ଏହି ପ୍ରତିନିଧି ଦଳ ରେ ସମ୍ପାଦକ ,ରାଧାଶ୍ୟାମ ପଟ୍ଟନାୟକ, ଡକ୍ଟର ୟୁ . କେ .ଏନ ପାତ୍ର , କାଶୀନାଥ ପ୍ରଧାନ ଓ ବିପିନ ବିହାରୀ ଦାସ ଥିଲେ।

LEAVE A REPLY

Please enter your comment!
Please enter your name here