ଶାନ୍ତିପୂର୍ଣ୍ଣ ଭାବେ ସରିଲା ବିଜେପୁର ବିଧାନସଭା ପାଇଁ ଭୋଟ ଦାନ

0
203

ଭୂବନେଶ୍ୱର,୨୧/୧୦- ଆଜି ବିଜେପୁର ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ସନ୍ଧ୍ୟା ୫ଟା ସୁଦ୍ଧା ବିଜେପୁରରେ ୭୨ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ଯାଳୟରୁ ସୂଚନା ଦିଆଯାଇଥିଲା । ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ସକାଳ ୯ଟା ସୁଦ୍ଧା ୧୧% ଭୋଟ୍‌ ଦାନ ହୋଇଥିଲା। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି ।

ସମୁଦାୟ ୨୮୫ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା । ଭୋର୍‌ ୫ଟା ୩୦ରେ ମକ୍‌ପୁଲ୍‌ କରାଯାଇ ସକାଳ ୭ଟାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ନିର୍ବାଚନ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବରଗଡ ଏସପିଙ୍କ ତତ୍ତ୍ବାବଧାନରେ ୩୩ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ, ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୭୫ ସବଇନ୍ସପେକ୍ଟର, ୧୧୩ ଏଏସଆଇଙ୍କୁ ନିଯୁକ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here