ପାରଳାଖେମୁଣ୍ଡିରେ ୬୦ ତମ ସହିଦ୍ ଦିବସ ପାଳନ

0
211

ପାରଳାଖେମୁଣ୍ଡି , ୨୧/୧୦– ଗଜପତି ଜିଲ୍ଲା ପୋଲିସ ତରଫରୁ ପାରଳାଖେମୁଣ୍ଡି ବେତାଗୁଡା ରିଜର୍ଭ ପଡିଆରେ ୬୦ ତମ ସହିଦ୍ ଦିବସ ପାଳନ ହୋଇଯାଇଛି। ରିଜର୍ଭ ପଡିଆରେ ଠାରେ ଆୟୋଜିତ ଏହି ସମାରୋହରେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ସହିଦ୍ ମାନଙ୍କ ଉଦ୍ଧେଶ୍ୟରେ ପୁଷ୍ପଗୁଚ୍ଛା ପ୍ରଦାନ କରିଥିଲେ ଓ ସହିଦ୍ ମାନଙ୍କ ସୃତି ଚାରଣ କରିଥିଲେ। ଅମର ପୋଲିସ ସହିଦ୍ ମାନଙ୍କ ତ୍ୟାଗ ଆଦର୍ଶରେ ପ୍ରତ୍ୟେକ ପୋଲିସ କର୍ମଚାରୀ ନିଜକୁ ଅନୁସରଣ କରି ସମାଜ ଓ ଦେଶସେବା କରନ୍ତୁ ବୋଲି ଏସିପି ସାରା ଶର୍ମା ପୋଲିସ କର୍ମଚାରୀମାନଙ୍କୁ ଆହ୍ନନ ଦେଇଥିଲେ। ସହିଦ୍ ମାନଙ୍କ ଉଦ୍ଧେଶ୍ୟରେ ମାନଙ୍କ ଦ୍ଵାରା ପ୍ୟାରେଡ ପଦଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସିପି ସୀତାରାମ ଶତପଥୀ, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସମେତ ବହୁ ଅବସର ଗ୍ରହଣ କରିଥିବା ପୋଲିସ ଅଧିକାରୀ ଓ ବହୁ ବୃଦ୍ଧି ଜୀବି ଉପସ୍ଥିତ ଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here