କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

0
234

ହିଞିଳିକାଟୁ/ ଶେରଗଡ ୨୨/୧୦- ଶେରଗଡ଼ ବ୍ଲକ୍ ର ବିଭିନ୍ନ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିତଳ କ୍ଲଷ୍ଟର ର୧୦ଟି ବିଦ୍ଯାଳୟର ମିଳିତ ଭାବେ ଆନୁଷ୍ଠାନିକ ସୁରଭି ୧୯ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭ୍ଯ ପ୍ରମୋଦ କୁମାର ପାତ୍ରଙ୍କ ସଭାପତିତ୍ୱରେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶେରଗଡ ଏବିଇଓ ଲକ୍ଷ୍ମୀନାରାୟଣ କର ଉଦଘାଟନ କରି ଶୁଭାରମ୍ଭ କରିଥିଲେ ।ବିଜେଡି ଶେରଗଡ ବ୍ଳକ ସଭାପତି ଶରତ ଚନ୍ଦ୍ର ପାତ୍ର ମୂଖ୍ଯବକ୍ତା ଓ ସମ୍ମାନୀତ ଅତିଥି ରୂପେ ବରିଷ୍ଟ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ଦାଶ ସ୍ୱାଗତ ଭାଷଣ ଦେଈଥିଲେ।ରବିନ୍ଦ୍ର ପାଢି ଉଛବ ପରିଚାଳନା କରିଥିଲେ।କ୍ଲଷ୍ଟର ବହୁ ସିଆରସିସି,ବାବୁଲା ବେହରା,ରବିନ୍ଦ୍ର ସ୍ୱାଇଁ , ସୁରଭି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥଥିଲେ । । ପରେ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିବା ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍‌, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଶୃତଲିଖନ ସମେତ ମଧ୍ୟାହ୍ନଭୋଜନ ଉପରେ ଚିତ୍ରକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ଗ୍ରାମର ବହୁ ଜନସାଧାରଣ ଯୋଗଦେଇଥିଲେ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here