ଗଜଲକ୍ଷ୍ମୀଙ୍କ ଭଷାଣି ପର୍ବରେ ସାମିଲ ହେଲେ ମହିଳା ଭକ୍ତ

0
201

 

ଦିଗପହଣ୍ଡି :୨୨/୧୦/୧୯ (ନିପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ପଦ୍ମନାଭପୁର ଗ୍ରାମରେ ଅନୁଷ୍ଠିତ ୩ଟି ଗଜଲକ୍ଷ୍ମୀ ମେଢ଼ର ଆୟୋଜନ କରାଯାଇଥିଲା।ସଂପୂର୍ଣ୍ଣ ଗ୍ରାମରେ ଗହଳି ଚହଳି ଲାଗିରହିଥିଲା କିନ୍ତୁ ଆଜି ତାର ପରିସମାପ୍ତି ଘଟିଛି।ଅନ୍ତିମ ମେଢ଼ର ଭାଷଣି ପର୍ବରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା।ମାଁ ଗଜଲକ୍ଷ୍ମୀଙ୍କ ଭଷାଣିରେ ସାମିଲ ହୋଇଥିଲେ ମହିଳା ଭକ୍ତ ବୃନ୍ଦ।ମାଁ ଙ୍କ ଆଗେ ଆଗେ ମହିଳା ମାନେ ଦୁଇ ଧାଡ଼ି କରି ଅତି ଶୃଙ୍ଖଳାରେ ପୁଷ୍ପ ବୃଷ୍ଟି କରି ଗମନ କରିବା ଦୃଶ୍ୟ ଅତି ମନୋରମ ଥିଲା।ବାଦ୍ୟ, ମହୁରୀ,ଘଣ୍ଟ ତାଳ ଏବଂ କଳାହାଣ୍ଡିଆ ଢୋଲର ଶବ୍ଦର ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଥିଲା।ଏହି ଭଷାଣି ପର୍ବର ମୁଖ୍ୟ ତଦାରଖ ଦାୟିତ୍ୱ ନେଇଥିଲେ ମହନ୍ତ ଶିବାନନ୍ଦ ଦାସ,ଅଭି ଜାନୀ,ଶିବ ସାହୁ, ଅକ୍ଷୟ ପଣ୍ଡା, ଏସ.ସରୋଜ ପାତ୍ର ଓ ଅନ୍ୟ ସହଯୋଗୀ ଗ୍ରାମବାସୀ।ଅତି ଶାନ୍ତି ଶୃଙ୍ଖଳାରେ ମାଁଙ୍କ ବିସର୍ଜନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here