ଦିଗପହଣ୍ଡିରେ ଏନ୍ଏସି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

0
191

 

ଦିଗପହଣ୍ଡି ,(ନିପ୍ର) ୨୨/୧୦/୧୯: ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସ୍ଥାନୀୟ ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ପ୍ରାଙ୍ଗଣରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଉଦଗତାଙ୍କ ଅଧ୍ୟକ୍ଷତାରେ ଏନ୍ଏସି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ବା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି ସିଆରସିସି ଉପେନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ମହୋତ୍ସବ କାର୍ଯ୍ୟକ୍ରମକୁ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ବିଆରସିସି ବାଳା ମାଝୀ , ବିଆରଟି ସୁଶାନ୍ତ ପ୍ରଧାନ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣକୁ ବିକାଶ କରିବା ଏବଂ ଏହି ସୁରଭି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଚୟନ କରିବା ଉଦ୍ଦେଶ୍ୟରେ ଅତିଥିମାନେ ନିଜର ମତପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି କ୍ଳଷ୍ଟରର ନଅଗୋଟି ବିଦ୍ୟାଳୟରୁ ପ୍ରାୟ ୧୨୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କ୍ଳଷ୍ଟରସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ବିତର୍କ , ପ୍ରବନ୍ଧ , ଶ୍ରୁତଲିଖନ , କୁଇଜ୍ , ବକୃତା , ସୃଜନଶୀଳ ଲିଖନ , ସୁନ୍ଦର ହସ୍ତାକ୍ଷର , ଚିତ୍ରାଙ୍କନ ପ୍ରମୁଖ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଶେଷରେ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ଆଇନଜୀବୀ ହରପ୍ରସାଦ ରଥ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଶିର କୁମାର ଦାସ , ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଗାୟତ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିବା ଜଣାପଡିଛି । ଶେଷରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ଉଦଗତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ କାଳିଚରଣ ପାଣିଗ୍ରାହୀ , ଏମ୍. ଗୋୖରାଙ୍ଗ , ସିଆରସିସି ନୃସିଂହ ପ୍ରସାଦ ପାଠୀ ସମେତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ , ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏନ୍ ସିସି ଛାତ୍ର ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here