ଗଞ୍ଜେଇ ଚୋରା ଚାଲାଣ ମାମଲା ରେ ବିହାରୀ ଯୁବକ ନିର୍ଦୋଷ ରେ ଖଲାସ

0
219

ବ୍ରହ୍ମପୁର, ୨୩/୧୦-ଗଞେଇ ଚାଲାଣ ମାମଲା ରେ ଜଣେ ବିହାରୀ ଯୁବକ ସମନ କୁମାର ଚୌଧୁରୀ ଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏଡିଜେ(୧) ତଥା ସ୍ବତନ୍ତ୍ର ଜଜ୍ ଡଃ ପ୍ରସନ୍ନ କୁମାର ପଣ୍ଡା ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି। ଉଲ୍ଲେଖନୀୟ ଯେ, ଗତବର୍ଷ ଏପ୍ରିଲ ୪ ତାରିଖ ସକାଳ ୬ଘଣ୍ଟା ସମୟରେ ସମନ କୁମାର ଚୌଧୁରୀ ଦୁଇଟି ଏୟାର ବ୍ୟାଗ୍ ରେ ୨୮.୫୦୦ କିଲୋ ଗଞେଇ ଧରି ଯିବାବେଳେ ଷ୍ଟେସନ ରୋଡ ରେଲୱେ ଇନଷ୍ଟିଚ୍ୟୁଟ ପାଖରେ ଅବକାରୀ ବିଭାଗ ଅଧିକାରୀ ଧୀରେନ୍ କୁମାର ପଟ୍ଟନାୟକ ଧରିଥିଲେ। ତାଙ୍କୁ ଜେରା ବେଳେ ବିହାର ରାଜ୍ଯ ର ବୋଲି ଜଣାପଡିଥିଲା ଏବଂ ଧରିଥିବା ଗଞେଇକୁ ଜବତ କରିବା ସହ ସମନ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲା କୋର୍ଟ ରେ ବିଚାରଧୀନ ଥିବା ବେଳେ ଗତ ଅଗଷ୍ଟ ମାସ ରେ ଅଭିଯୁକ୍ତ ସମନ ମୁକୁଳି ଥିଲା। ଆଜି ଏହି ମାମଲା ରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବ ରୁ ଅଭିଯୁକ୍ତ ସମନ କୁମାର ଚୌଧୁରୀ ନିର୍ଦୋଷ ରେ ଖଲାସ ହୋଇଛନ୍ତି। ଅଭିଯୁକ୍ତ ଙ୍କ ପକ୍ଷ ରୁ ଆଇନଜିବୀ ମନୋଜ କୁମାର ମହାପାତ୍ର, କୁନାଲ ସାହୁ, ଅସମିତା ଦାସ ମାମଲା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here