ରାମନାରାୟଣ ମହାବିଦ୍ୟାଳୟରେ ଆଲୋଚନାଚକ୍ର ଅନୁଷ୍ଠିତ

0
184

ବ୍ରହ୍ମପୁର,୨୩/୧୦- ସହର ଉପକଣ୍ଠ ଡୁରା ସ୍ଥିତ ରାମ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଏକ ଦିବସୀୟ ରେଶମଚାଷ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଉଦଘାଟନ କରିଥିଲେ l ମହାବିଦ୍ୟାଳୟର ଅଧକ୍ଷ ଡ଼କ୍ଟର ପିନାକୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଏହି ଆଲୋଚନା ଚକ୍ର ର ଉଦେଶ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ l ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉଷା ରାଣୀ ବ୍ରହ୍ମା ଏହି ଆଲୋଚନା ଚକ୍ର ର ପୃଷ୍ଠଭୂମି ଓ ଆଲୋକପାତ କରିଥିଲେ l ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିଜ ବକ୍ତବ୍ୟ ରେ ପିଲାମାନଙ୍କୁ ଏକ ପ୍ରlସଙ୍ଗିକ ବିଷୟ ଉପରେ ଆଲୋଚନା ଚକ୍ର ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ଓ ପ୍ରତିଶୃତି ଦେଇଥିଲେ ଯେ, ରେଶମଚାଷ କୁ ଗଞ୍ଜାମ ଜିଲ୍ଲା ରେ କିଭଳି ତ୍ବରାନ୍ଵତ କରlଯାଇପାରିବ ସେ ଦିଗରେ ସେ ଉଦ୍ୟମ କରିବେ l ଏହି ଉତ୍ସବ ରେ ଦକ୍ଷିଣାଞ୍ଚଳ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦେଶକ ଡ଼କ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଉତ୍ସବ କୁ ଶ୍ରୀ ହୃଷିକେଶ ପାଣିଗ୍ରାହୀ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ନିର୍ଦେଶକ ମୁଖ୍ୟବକ୍ତା ଭାବେ ଆମନ୍ତ୍ରଣ କରାଯାଇଥିଲା l ଏହି ଉତ୍ସବ ରେ ବ୍ରହ୍ମପୁର ରୁ ପ୍ରକାଶ ପାଉଥିବା ଓଡ଼ିଆ ଦୈନିକ “ପ୍ରମେୟ “ଖବର କାଗଜର ଉପନିର୍ବନ୍ଧକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଗଞ୍ଜାମ ର ଅନ୍ୟ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଓ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ l ଦ୍ୱିତୀୟ ଅଧିବେଶନ ରେ ବ୍ରହ୍ମପୁର ସିଟି କଲେଜେ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସର୍ବେଶ୍ୱର ରାଓ ସଭାପତିତ୍ବ କରିଥିଲେ ଓ ପାଞ୍ଚ ଜଣ ବିଦ୍ୟାର୍ଥୀ ଓ ଅଧ୍ୟାପକ ନିଜର ନିବନ୍ଧ ଉପସ୍ଥାପିତ କରିଥିଲେ l ଆଲୋଚନା ଚକ୍ର ରେ ଶ୍ରୀ ହୃଷିକେଶ ପାଣିଗ୍ରାହୀ ବିଭିନ୍ନ ପ୍ରସଙ୍ଗ ର ଉତ୍ଥାପନ କରିଥିଲେ, ଜିଲ୍ଲାପ୍ରଶାସନ କୁ ଅନୁରୋଧ କରିଥିଲେ ଯେ, ବ୍ରହ୍ମପୁର ପାଟ ର ଚାହିଦା ଦିନ କୁ ଦିନ କମିବାରେ ଲାଗୁଛି l ତେଣୁ ସମସ୍ତେ ଉଦ୍ୟମ କରିବା ଉଚିତ କିଭଳି ଭାବରେ ବ୍ରହ୍ମପୁର ପlଟ ର ଜାତୀୟ ଓ ଅନ୍ତର୍ଜାତୀୟ ବଜାର ରେ ଚାହିଁଦା ବୃଦ୍ଧି ପାଇବ l ଏହି ଆଲୋଚନା ଚକ୍ର କୁ ସଫଳ କରିବା ପାଇଁ ପ୍ରାଣୀ ବିଜ୍ଞାନ ବିଭାଗ ର ଛାତ୍ର ଛାତ୍ରୀମାନେ ମୁଖ୍ୟତ ରୁପଶ୍ରୀ, ପ୍ରମିଳା, ବିକାଶ, ମୁନା, ଶୋଭରାଜ, ଅମୀର, ବବୁଲୁ, ପ୍ରଣିତl ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here