୧୮୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

0
271

ପାରଳାଖେମୁଣ୍ଡି ୨୩/୧୦– ଗଜପତି ଜିଲ୍ଲା ମୋହନା ପୁଲିସକୁ ମିଳିଛି ଏକ ବଡ ସଫଳତା। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ନିଦ୍ଧେଶକ୍ରମେ ମୋହନା ପୁଲିସ ରାତ୍ର କାଳୀନ ପ୍ରେଟ୍ରେଲନ କରୁଥିବା ସମୟରେ ଭୋର ପ୍ରାୟ ୬ ଘଣ୍ଟା ସମୟରେ ମୋହନା ଥାନା ଏସଆଇ ହେମନ୍ତ କୁମାର ସେଠୀ ଓ ତାଙ୍କ ଟିମ୍ ପ୍ରେଟ୍ରେଲନ କରିବା ସମୟରେ ଜଣେ ବ୍ୟକ୍ତିକୁ କିଛି ଜରିବସ୍ତା ସହ ସନ୍ଦେହ ଜନକ ଅବସ୍ଥାରେ ଛିଡା ହୋଇଥିବା ଦେଖିବାକୁ ପାଇଥିଲେ। ତାହା ପାଖରେ ୭ ଗୋଟି ଜରି ବସ୍ତା ଦେଖିବାକୁ ପାଇ ତାକୁ ତଲାସି ନବାରୁ ସେସବୁ ଗଞ୍ଜେଇ ବସ୍ତା ବୋଲି ଜଣାପଡ଼ିଥିଲା। ସେହି ୭ ଗୋଟି ବସ୍ତାକୁ ବ୍ରହ୍ମପୁର ପଠାଇବା ପାଇଁ ମୋହନା ଥାନା ଅନ୍ତର୍ଗତ ବଡସିନ୍ଦବା ପଞ୍ଚାୟତ ନିକଟ ବାରିୟାବନ୍ଦ ଗାଁ ପାଖରେ ବସକୁ ଅପେକ୍ଷା କରିଥିବା ସମୟରେ ମୋହନା ପୁଲିସ ତାଙ୍କୁ ଧରି ଛନ୍ତି। ସମୁଦାୟ ଗଞ୍ଜେଇ ପରିମାଣ ୧୮୦କିଲୋ ହେବ ବୋଲି ଜଣାପଡିଛି। ଏହାର ଅନୁମାନିକ ବଜାର ମୂଲ୍ୟ ୯ଲକ୍ଷ ହେବ ବୋଲି ଆର. ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗଞ୍ଜେଇ ମାଫିୟା ଜଣକ ମୋହନା ଥାନା ଭାଲିୟାଗୁଡା ଗ୍ରାମର ଥୋମାସ୍ ନାୟକ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ କେସ୍ ନଂ ୧୮୯/୧୯ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here