ଗଣେଶ ବିଦ୍ୟାପୀଠରେ ଚକ୍ଷୁ ଚିକିତ୍ସା ଶିବିର

0
186

ହିଞ୍ଜିଳିକାଟୁ ୨୩/୧୦:- ହିଞିଳିକାଟୁ ବ୍ଲକ ଗଣ୍ଡଳା ଗ୍ରାମ ପଞ୍ଚାୟତ ଗଣେଷ ବିଦ୍ୟାପୀଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ବ୍ଳକ ସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ବେଲଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ସୋମବାର ହିଞିଳିକାଟୁ ନଗରର ଲଷ୍ମୀନୃସିଂହ ବିଦ୍ୟାଳୟ ପରିସରରେ ୧୫୦ ବିଦ୍ୟାର୍ଥୀଙ୍କ ଚକ୍ଷୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଆଜି ଗଣ୍ଡଳା ଗଣେଷ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବିଶୋଇଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ୧୭୨ଜଣ ବିଦ୍ୟାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ଏଥିରେ ବ୍ରହ୍ମପୁର ସିଟି ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ସୁଶାନ୍ତ କୁମାର ବେହେରା,ଆଥଲାମିକ ଆସିଷ୍ଟାଣ୍ଡ ଏ.କେ ମହାପାତ୍ର ଓ ରମେଶ ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦେଇ ସମସ୍ତ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପିଏମ ଶଶାଙ୍କ ଶେଖର ପଣ୍ଡା, କାଳିଚରଣ ପାଢ଼ୀ, ଦିଲେଶ୍ୱର ଚୌଧୁରୀ, ରବି ପାଣିଗ୍ରାହୀ,ରବିନ୍ଦ୍ର ସାହୁ, ଆର ବି ଏସ କେ ଟିମ ଓ ବିଜୁଯୁବ ବହିନୀର ସଦସ୍ୟ ରାଜେଶ ସାହୁ ପ୍ରମୁଖଙ୍କ ସମେତ ବିିଦ୍ୟାଳୟର ସମସ୍ତ ଶିିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here