ବ୍ଳକସ୍ତରୀୟ ଗୋଷ୍ଠୀ ସମ୍ବଳଶିକ୍ଷକ ଚୟନ ନିମନ୍ତେ ଦିଗପହଣ୍ଡି ରେ ଏକ ପରୀକ୍ଷା ଅନୁଷ୍ଠିତ।

0
173

 

ଦିଗପହଣ୍ଡି, ୨୨/୧୦/୧୯ (ନିପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ନିଷ୍ଠା କାର୍ଯ୍ୟକ୍ରମ ନିମନ୍ତେ ମଙ୍ଗଳବାର ଦିନ ବ୍ଳକସ୍ତରୀୟ ଗୋଷ୍ଠୀ ସମ୍ବଳ ଶିକ୍ଷକ ଚୟନ ନିମନ୍ତେ ଏକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପରୀକ୍ଷାରେ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୧୧ ଜଣ ଶିକ୍ଷକ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇଥିଲେ । ପରବର୍ତ୍ତୀ ସମୟରେ ଚୟନ ହୋଇଥିବା ୫ ଜଣ ଶିକ୍ଷକ ଭୂବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ତାଲିମ ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପଣ୍ଡା ଜଣାଇଛନ୍ତି । ତାଲିମ ପ୍ରାପ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷକମାନେ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ , ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କୁ ନୂତନ କାର୍ଯ୍ୟକ୍ରମ ନିଷ୍ଠାରେ ରହିଥିବା ନିତି ନିୟମ ସମ୍ପର୍କରେ ତାଲିମ ପ୍ରଦାନ କରିବେ ବୋଲି ଜଣାପଡିଛି । ଏହି ଚୟନ କାର୍ଯ୍ୟକ୍ରମରେ ଏବିଇଓ ବାଳାମାଝୀ , ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ ଉପସ୍ଥିତ ଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here