ପୋଡାମାରିରେ ଉପ ଜିଲ୍ଲାପାଳଙ୍କ ଦ୍ୱାରା ‘ ମୋ ଗାଁରେ ତହସିଲ ‘ ଓ ମୋ ନିବେଦନ ର ମିଳିତ କାର୍ଯ୍ୟକ୍ରମର ଶୁଭାରମ୍ଭ…

0
399

ସାନଖେମୁଣ୍ଡି,(ନିପ୍ର) ୨୪/୧୦/୧୯ : ରାଜ୍ୟ ସରକାରଙ୍କ ପ୍ରଶାସନ ସଂସ୍କରୀ ତଥା ପ୍ରଚଳିତ ଯୋଜନାର ସଫଳତାର ଆକଳନ ସହିତ ଲୋକମାନଙ୍କ ନିକଟତର ପ୍ରଶାସନର ଉପସ୍ଥିତିକୁ ନେଇ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ମୋ ସରକାର ଇତି ମଧ୍ୟରେ ପ୍ରଶାସନକୁ କ୍ରିୟାଶୀଳ କରୁଥିବା ଦୃଷ୍ଟିଗୋଚର ହେଉଅଛି l ସରକାରଙ୍କ ୫ ଟି ଯୋଜନା କ୍ରମରେ ଆସନ୍ତା ଦିନରେ ବହୁ ବିଭାଗର ସଂପୃକ୍ତ ଲକ୍ଷ ନେଇ ତହସିଲ ସ୍ତରରେ ମଣ୍ଡଳ ଦ୍ଵାରା ମୋ ଗାଁରେ ତହସିଲ ଓ ବ୍ଲକ ପ୍ରଶାସନ ଦ୍ବାରା ପଞ୍ଚାୟତ ଦ୍ଵାରା ମୋ ନିବେଦନ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ମିଳିତ ଆୟୋଜନରେ କରିବାର ଆଦେଶ ଧାର୍ଯ୍ୟ ହୋଇଅଛି l ଏହି ମିଳିତ ପ୍ରକ୍ରିୟା ଆୟୋଜନ ଭିତ୍ତିରେ ଆଜି ପୋଡାମାରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ୍ ଙ୍କ ଦ୍ଵାରା ମୋ ଗାଁରେ ମୋ ତହସିଲ ସହିତ ମୋ ନିବେଦନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଅଛି l ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଶ୍ରୀ ଅମିତ୍ କୁମାର ନାୟକ , ପାଟପୁର ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରମେଶ ପ୍ରଧାନଙ୍କ ଉପସ୍ଥିତିରେ ପୋଡାମାରି ସରପଞ୍ଚ ଶ୍ରୀମତୀ ସୌଭାଗ୍ୟ ବିଶୋୟୀ ସଂଜୋଜକ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଗୀତାଞ୍ଜଳୀ ନାୟକ ,ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମର ରୂପରେଖ୍ ଚୁଡାନ୍ତ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ସର୍ବମୋଟ ୧୩୦। ଗୋଟି ଦରଖାସ୍ତ ଗୃହୀତ ହୋଇଥିବା ବେଳେ ଉପ ଜିଲ୍ଲାପାଳଙ୍କ ଦ୍ୱାରା ୧୬ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା , ବସୁନ୍ଧରା- ୩୫, ଗ୍ରାମକଣ୍ଠ- ୧୭,ସାଧାରଣ ଅଭିଯୋଗ- ୨୦, ସଂଗୃହିତ ହୋଇଥିଲା lମୋ ନିବେଦନ କାର୍ଯ୍ୟକ୍ରମ ଦ୍ଵାରା ଉପସ୍ଥିତ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଦ୍ବାରା ୧୪୧ ଗୋଟି ଅଭିଯୋଗ ଗୃହୀତ ହୋଇଥିବା ବେଳେ ଅଧିକାଂଶ ନିବେଦନ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ,ସାଧାରଣ ଜନ ସୁରକ୍ଷା ଭତ୍ତା, ଓ ଆବାସ ଗୃହ ଆବେଦନ ହୋଇଥିଲା l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗର ଅଭିଯୋଗ ଗ୍ରହଣ ବେଳେ ମହିଳା ଶିଶୁ ବିକାଶ ବିଭାଗର ସ୍ଥାନୀୟ କର୍ମୀ ଉପସ୍ଥିତ ଥିଲେ l ତହସିଲ ଅଫିସ ଓ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ l

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here