ଆଟିଆଇ ଛାତ୍ର ବାସୁଦେବ ଚେନ୍ନାଇ ରାଜ୍ୟରେ ଦାଦନ ଖଟୁଛି

0
214

ହିଞିଳିକାଟୁ ୨୪/୧୦ ହିଞିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଆଟିଆଇ କଲେଜ ଛାତ୍ର ଏକ ମାସ ତଳେ ହୋଷ୍ଟେଲରୁ ନିଖୋଜ । ଛାତ୍ର ଜଣକ ହେଲେ ଆସିକା ଥାନା ପଢାଳ ଜୟପୁର ଅଞ୍ଚଳର ବାସୁଦେବ ନାହାକ ।ସେ ନିଖୋଜ ଥିବା ନେଇ ନିଜ ଦାଦା ବିଜୟ କୁମାର ନାହାକଙ୍କ ଅଭିଯୋଗ କ୍ରମେ ହିଞିଳି ଥାନାରେ କେଶ ନଂ ୨୯୧/୧୯ ପ୍ରକାରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।ପ୍ରକାଶ ଥାଉକି ବାସୁଦେବ ଆଇଟିଆଇ ହୋଷ୍ଟେଲରେ ପ୍ରଥମ ବର୍ଷ ଇଲେକ୍ଟ୍ରିକାଲ ବିଭାଗ ରେ ପଢୁଥିଲେ ।ଗତ ସେପ୍ଟେମ୍ବର ମାସରେ ଦାଦା ବିଜୟ ବାସୁଦେବଙ୍କ ସହ ମିଶିବା ପାଇଁ ଯାଇଥିଲେ । ହେଲେ ପୁତୁରା ସେଠାରେ ରହୁନଥିବା ଶୁଣି ବାକୁ ପାଇଥିଲେ ।ଏନେଇ ସେ ହୋଷ୍ଟେଲ ର ସୁପରିଟେଣ୍ଡାଣ୍ଟ ଙ୍କୁ ଯାଇ ପଚାରି ବୁଝିଥିଲେ ।୨ଦିନ ପୂର୍ବରୁ ବାସୁଦେବ ଗ୍ରାମକୁ ଯିବାକୁ କହି ଚାଲିଯାଇଥିବା ପରିଚାଳକ କହିଥିଲେ । ସେଠାରେ ଥିବା ଛାତ୍ରମାନେ ଅନ୍ୟ ଜଣ ଛାତ୍ରଙ୍କ ସହ ଚାଲିଯାଇଥିବା କହିଥିଲେ ।ପରେ ବିଜୟ ଆଖପାଖ ଅଞ୍ଚଳ ସମେତ ବନ୍ଧୁବାନ୍ଧବ ପଚରାଉଚରା କରି ଖୋଜା ଖୋଜି କରିଥିଲେ ମଧ୍ୟ ବାସୁଦେବର ପତ୍ତା ମିଳିନଥିଲା ।ପରେ ସେ ଉପାୟ ଶୂନ୍ୟ ହୋଇ ହିଞିଳି ଥାନାରେ ଏତଲା ଦେଇଥିଲେ । ପୋଲିସ ଫୋନ ନଂ ଦ୍ୱାରା ବାସୁଦେବଙ୍କ ପତ୍ତା ହୋଷ୍ଟେଲରୁ ସିଧା ଚାଲି ଯାଇ ଚେନ୍ନାଇ ରାଜ୍ୟରେ ଦାଦନ ଖଟୁଥିବା ଜଣାପଡିଛି ।
ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here