ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ ମୋ ଡାକ୍ତରଖାନା ମୋ ଗର୍ବ’ ପ୍ରସ୍ତୁତି ବୈଠକ

0
169

 

ସାନଖେମୁଣ୍ଡି, (ନିପ୍ର) ୨୩/୧୦/୧୯: ବ୍ଲକ ଅଧିନ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ମୋ ଡାକ୍ତରଖାନା ମୋ ଗୌରବ ଜନିତ ସାଧାରଣ ସହ ଯୋଗିତ ଓ ସହ ଭାଗିତା କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି l ସରକାରଙ୍କ ଦ୍ଵାରା ସାଧାରଣରେ ଆଦୃତ ସେବା ସମୂହର ଉପ ଯୋଗିଆତର ବାଧକ ତତ୍ୱର୍ ନିରୀକ୍ଷଣ ସହିତ ଉତ୍ତମ ଭିତ୍ତିଭୂମି ସୃଷ୍ଟିକରି ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରାଇବା ଲକ୍ଷରେ ଥିବା ୫ ଟି ଯୋଜନା ଅନ୍ତର୍ଗତ ରେ ଥାନା ସହିତ ଡାକ୍ତରଖାନାକୁ ପ୍ରାଥମିକ ସ୍ତରରେ ସଂଶ୍ଲିଷ୍ଟତା କାରଣରୁ ସାଧାରଣ ସେବା ପ୍ରଦାନରେ ଥିବା ବ୍ୟାଘାତ ଜନିତ୍ କାରଣରୁ ସମନ୍ବୟର ସହ ଦୂରୀକରଣ କରିବା ନିମନ୍ତେ ସୃଷ୍ଟି କାର୍ଯ୍ୟକ୍ରମ ମୋ ଡାକ୍ତରଖାନା ମୋ ଗୌରବ ର ଆଜି ପୂର୍ବ ପ୍ରସ୍ତୁତି ସହ ଆରମ୍ଭ ହୋଇଅଛି l ଆଡପଦା ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ର ସମ୍ମିଳନୀ କକ୍ଷରେ ଅଞ୍ଚଳ ଜନ୍ ପ୍ରତିନିଧି ସମୂହ ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ସମସ୍ତ ଡାକ୍ତର ଓ ଫାର୍ମାସିଷ୍ଟ , ବ୍ଲକ ଅଧିନ ସମସ୍ତ ସଂପୃକ୍ତ ଅଧିକାରୀଙ୍କ ମିଳିତ ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଟ ଡା. ତପନ କୁମାର ମଲ୍ଲଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା l ସାନଖେମୁଣ୍ଡି ବ୍ଲକ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚଦ୍ର ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ ଓ ଆଡପଡା ସରପଞ୍ଚ ନୀଳମାଧବ ରାଉତ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଲୀପ ବେହେରା କାର୍ଯ୍ୟକ୍ରମ ସଂଜୋଜନା କରିଥିଲେ l ଶ୍ରୀ ଜଗନ୍ନାଥ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜଳନ୍ ସହ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଡ଼: ମଲ୍ଲଙ୍କ ବିଭାଗୀୟ ଅନୁଶାସନରେ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକାରିତା ଓ ସମସ୍ୟାକୁ ନେଇ ଅବତାରଣା କରି ଅଞ୍ଚଳବାସୀଙ୍କ ସହଭାଗିତା କୁ ଗୁରୁତ୍ୱାରୋପ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଆଡପଡ଼ା ସରପଞ୍ଚ ନୀଳମାଧବ ରାଉତ,ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ, ଗଙ୍ଗାପୁର୍ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ପ୍ରଶାସନିକ ସଂସ୍କାର ନବକଳେବର ବିଷୟରେ ମତାମତ ଦେଇଥିଲେ l ଜନସାଧାରଙ୍କ ସର୍ବନିମ୍ନ ଆବଶ୍ୟକତା ସ୍ବାସ୍ଥ୍ୟସେବା କୁ ଅଞ୍ଚଳରେ ସୁଲଭ କରାଇ ଉପଯୁକ୍ତ ସେବା ପ୍ରଦାନ ପାଇଁ ଜନ୍ ପ୍ରତିନିଧି ଅଧିକାରୀଙ୍କୁ ସମନ୍ୱୟ ରେ ଜନସାଧାରଣଙ୍କ ସଦଭାବକୁ ଗୁରୁତ୍ୱାରୋପ କରିଥିଲେ l

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here