ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର ଅଧ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ର ବିଦାୟ ସଂକ୍ରାନ୍ତ ଉତ୍ସବ ପାଳନ

0
327

ବ୍ରହ୍ମପୁର, ୨୪/୧୦–ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ରେ ସପ୍ତହେ ବ୍ୟାପି ଚାଲିଥିବା ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ର ଆଜି ଅନ୍ତିମ ଦିନ ରେ ବିଦାୟ ସଂକ୍ରାନ୍ତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୦ ଟି ଜିଲ୍ଲାର ୧୫ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ର ୩୮ ଜଣ ଗବେଷକ ଓ ଅଧ୍ୟାପକ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଦୀର୍ଘ ୭ଦିନ ଧରି ଚାଲିଆସି ଥିବା ଅଧ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରେ ତଥ୍ୟ ସଂରଚନା ଓ ତାର ପରିଚାଳନା ଏବଂ ସାମାଜିକ ବିଜ୍ଞାନ ର ଗବେଷଣା ଯାହା ଚଳିତ ମାସ ଅକ୍ଟୋବର ୧୮ ତାରିଖ ରୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର ଅସ୍ଥାୟୀ କ୍ୟାମ୍ପସ କନିଷି, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଦାୟ ସଂକ୍ରାନ୍ତ ଉତ୍ସବ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ. ଜେ.ଚକ୍ରପାଣି ଙ୍କ ଉପସ୍ଥିତ ରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ. ଜେ. ଚକ୍ରପାଣି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ସୃଜନଶୀଳତା ଓ ନେତୃତ୍ବ ଉପରେ ଭାଷଣ ପରିବେଷଣ କରି ଅଧ୍ୟାପକ ପ୍ରତିଯୋଗି ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ପ୍ରେରଣା ଯୋଗାଇ ପାରିଛନ୍ତି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଶିକ୍ଷଣୀୟ ତଥ୍ଯ ଉପରେ ଆଲୋଚନା କରିଥିଲେ ଏବଂ ଅଧ୍ୟାପକ /ଗବେଷକ ପ୍ରତିଯୋଗି ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଅଧ୍ୟାପକ/ଗବେଷକ ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରି ନିଜର ମନ୍ତବ୍ୟ ଦେଲେ ଏବଂ ମାନପତ୍ର ପାଇଥିବା ହେତୁ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here