ବିଜେଡି ବାଜି ମାରିଲା ବିଜେପୁର, ରେକର୍ଡ କରିଲେ ରୀତା ସାହୁ

0
162

ଭୂବନେଶ୍ୱର,୨୪/୧୦-ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବାଜିମାତ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ। ରେକର୍ଡ ବ୍ୟବଧାନରେ ରୀତା ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭,୯୯୪ ଭୋଟରେ ହରାଇଛନ୍ତି। ଶେଷ ୨୧ ରାଉଣ୍ଡରେ ରୀତାଙ୍କୁ ମୋଟ ୧,୩୫,୯୪୯ ଭୋଟ ମିଳିଥିବା ବେଳେ ସନତଙ୍କୁ ୩୭,୯୫୫ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୫,୮୭୧ ଭୋଟ ମିଳିଛି। ରୀତାଙ୍କ ଏଭଳି ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି୨୦୧୮ ଉପନିର୍ବାଚନରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ରୀତା ।
ନବୀନଙ୍କୁ ଟପିଲେ ରୀତା । ବିଜେପୁର ଉପନିର୍ବାଚନରେ ଦଳର ସୁପ୍ରିମୋଙ୍କ ରେକର୍ଡ ଭାଙ୍ଗିଲେ ରୀତା ସାହୁ । ୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ରୀତା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କ ଠାରୁ ୮୭ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ଭୋଟ ଗଣତିକୁ ଆଉ ମାତ୍ର ୪ ରାଉଣ୍ଡ ବାକି ଥିବା ବେଳେ ବିଜେପୁରରେ ବିଜେଡିର ବିଜୟ ବାନା ଉଡିବା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି । ତେବେ ଏହି ଉପନିର୍ବାଚନରେ ନବୀନଙ୍କ ରେକର୍ଡ ଭାଙ୍ଗି ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ରୀତା ।
ଗତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୧୦୬୦୪ ଖଣ୍ଡ ଭୋଟ ପାଇଥିବା ବେଳେ ୫୭୧୨୨ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କୁ ମାତ୍ ଦେଇଥିଲେ । ଏହାସହ ରୀତା ଆଉ ଏକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ରାଜ୍ୟର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛନ୍ତି ରୀତା । ଏହାପୂର୍ବରୁ ଚଳିତ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡାରେ ୮୧୪୩୦ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସବୁଠୁ ବଡ କଥା ହେଲା, ୨୦୧୮ ଉପନିର୍ବାଚନ ତୁଳନାରେ ଢେର ଅଧିକ ଭୋଟ ହାତେଇଛନ୍ତି ରୀତା ।

LEAVE A REPLY

Please enter your comment!
Please enter your name here