ପାରଳାଖେମୁଣ୍ଡି , ୨୬/୧୦– ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ଭୂସ୍କଳନ ହୋଇଛି। ଏଥିରେ ଗୁମ୍ମା ବ୍ଲକର ବଡ-କଳାକୋଟ ପଞ୍ଚାୟତର କଲୁଙ୍ଗା ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଗ୍ରାମର ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଘର ନିର୍ମାଣ ପାଇଁ ଗ୍ରାମବାସୀଙ୍କୁ ଆଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଶୁକ୍ରବାର ଭୂସ୍କଳନ ପ୍ରଭାବିତ ଅଞ୍ଚଳ ଗ୍ରସ୍ତ ବେଳେ ଏହି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ଅନୁସୂଚିତଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଜଗନ୍ନାଥ ସାରକା ତାଙ୍କ ସହ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ପୂଣ୍ଣ ଚନ୍ଦ୍ର ସ୍ୱାଇଁ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସୁଧୀର କୁମାର ଦାସ ପ୍ରମୁଖ୍ୟ ମଧ୍ୟ ଏହି ଅଞ୍ଚଳକୁ ଗ୍ରସ୍ତକରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏଠାରେ ରହିଲେ ଭବିଷ୍ୟତରେ ପୁଣିଥରେ ଏଭଳି ହୋଇପାରେ ତେଣୁ ଏହି ଗ୍ରାମ ବାସୀଙ୍କୁ ଏକ ସମତଳ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି। ଏହି ଗ୍ରସ୍ତରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଅନ୍ୟ ମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ୍ ଅଧକ୍ଷ ଗଜେନ୍ଦ୍ର ଗମାଙ୍ଗ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦିପ ନାୟକ, ପାରଳା ରାଜକୁମାରୀ କଲ୍ୟାଣୀ ଗଜପତି, ବିଜେଡି ନେତା ଅନ୍ତଯ୍ୟାମି ଗମାଙ୍ଗ, ବହୁ ଜନ ପ୍ରତିନିଧି ଏହି ଗ୍ରସ୍ତ ସମୟରେ ଉପସ୍ଥିତ ଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର