ଶ୍ରୀଧାମ ଆବାସିକ ଶିଶୁ ମନ୍ଦିର ଛାତରୁ ଡେଇଁ ଛାତ୍ରୀ ଗୁରୁତର:ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ।

0
198

ଦିଗପହଣ୍ଡି,୨୬/୧୦-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମରେ ଅବସ୍ଥିତ ଶ୍ରୀଧାମ ଶିଶୁ ବିଦ୍ୟାମନ୍ଦିର ଆବାସିକ ବିଦ୍ୟାଳୟ ରୁ ଗତ ୨୫ତାରିଖ ଗୁରୁବାର ଦିନ ରାତ୍ର ପ୍ରାୟ ୨ଘଣ୍ଟ୪୦ମିନିଟ ରେ ଛାତରୁ ଡେଇଁ ସାଇ ମନ୍ଦିର ସାହି ନିବାସୀ ଭୀମ ସେଠୀ ଙ୍କ କବାଟ ବଡେଇଥିଲା।ଏହା ପରେ ସେ ଉଠି କଣ ହେଲା ପଚାରିଲେ ସେହି ସମୟରେ ସାହି ବାସିନ୍ଦା ମଧ୍ୟ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ, ଝିଅଟିର ଗୋଡ଼ ଟି ଭାଙ୍ଗିଯାଇଥିଲା।ସାହି ବାସିନ୍ଦା ଓ ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଝିଅକୁ ପୋଲିସର ବିନା ଅନୁମତିରେ ଅମାନସିକ ଭାବେ ଶିବନନ୍ଦ ଦାସ ମୋଟର ସାଇକେଲରେ ନେଇଯାଇଥିଲେ।ଝିଅଟିର ନାମ ଅଞ୍ଜଳି ପ୍ରଧାନ ଏବଂ ସେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ।ସ୍ଥାନୀୟ ସରପଞ୍ଚ ଓ ପୋଲିସ ର ମିଳିତ ଉଦ୍ୟମରେ ରାସ୍ତାରୋକ ହଟିଥିଲା,ଘଟଣା ସ୍ଥଳରେ ଦିଗପହଣ୍ଡି ତହସିଲଦାର ଅଦେତ୍ୟ ସ୍ୱାଇଁ ଓ ବିଡ଼ିଓ ହଳଧର ଶବର ପହଞ୍ଚି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଲୋକଙ୍କ ଅଭିଯୋଗ ଏପରି ଆଗରୁ ବହୁ ଘଟଣା ଘଟିଥିଲେ ମଧ୍ୟ ପ୍ରକୃତ ତଦନ୍ତ ହୋଇପାରୁନାହିଁ ତେଣୁ ଆଜି ଏପରି ଦୃଘଟଣାର ପୁନରାବୃତ୍ତି ଘଟିଛି।ଲୋକଙ୍କ ଦ୍ଵାରା ଏକ ମିଳିତ ଲିଖିତ ଅଭିଯୋଗ ପତ୍ର ପୋଲିସକୁ ଦିଆଗଲା।ଉକ୍ତ ଶ୍ରୀଧାମ ଶିଶୁମନ୍ଦିରର ମାଲିକ ବୋଲାଉଥିବା ବ୍ୟକ୍ତି ଜଣକ ଦେବୋତ୍ତର ଜମି ଜବରଦଖଲ କରି ସେଠାରେ ଉକ୍ତ ଅନୁଷ୍ଠାନକୁ ବିସ୍ତାର କରିଛି ଏବଂ ପଦ୍ମନାଭପୁର ଗ୍ରାମରେ ଯୁକ୍ତ୨ କଲେଜ ଫଳକ ଲଗାଯାଇଛି କିନ୍ତୁ ବ୍ରମ୍ହପୁର ଠାରେ କଲେଜ ଚାଲିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଆଗାମୀ ଦିନରେ ଯଦି ଉକ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ବିଭିନ୍ନ ସମସ୍ୟା ଓ ଦୃନୀତି ଉପରେ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାନଯାଇ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରାଯାଏ ତେବେ ଏକ ବିରାଟ ଜନଆନ୍ଦୋଳନ ରାଜରାସ୍ତାକୁ ଆସିପାରେ ବୋଲି ପୂର୍ବନୁମାନ କରାଯାଇପାରେ।

LEAVE A REPLY

Please enter your comment!
Please enter your name here