ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ

0
189

ଭୂବନେଶ୍ୱର,୨୯/୧୦–୧୯୯୯ ମହାବାତ୍ୟା କୁ ଆଜି ୨୦ ବର୍ଷ ପୁରିଛି। ଏହି ଅବସରରେ ଓଡ଼ିଶା ରାଜ୍ଯ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ରୁ ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଇଛି ।ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଓଡ଼ିଶା ବିଶ୍ୱପାଇଁ ବେଞ୍ଚମାର୍କ ପାଲଟିଛି । ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାବାତ୍ୟାର ଦିନକୁ ପ୍ରତିବର୍ଷ ଜାତୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଇଥାଏ । ଏବର୍ଷର ପ୍ରସଙ୍ଗ ଥିଲା ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ଗୋଷ୍ଠୀ ସଶକ୍ତିକରଣ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ମହାବାତ୍ୟା ପରେ ଗଞ୍ଜାମ, ପୁରୀ ଓ ଅନ୍ୟ ଉପକୂଳବର୍ତୀ ଜିଲ୍ଲାରେ ବାତ୍ୟା ନିରୋଧୀ ପକ୍କାଘର ନିର୍ମାଣ କରାଯାଇଛି । ଧନଜୀବନର ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।

ଖୁବ ଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୩ ଲକ୍ଷ ବାତ୍ୟା ନିରୋଧୀ ପକ୍କାଘର ଓଡ଼ିଶାରେ ହେବ । ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଓ ଖୋର୍ଦ୍ଧାରେ ପକ୍କାଘର ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ପକ୍କାଘର ତିଆରି କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି ମଧ୍ଯ କହିଛନ୍ତି।

LEAVE A REPLY

Please enter your comment!
Please enter your name here