ଶେରଗଡରେ ଗାନ୍ଧୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ

0
169

ହିଞ୍ଜିଳିକାଟୁ-୦୨/୧୦- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଜେପି ତରଫରୁ ଶେରଗଡ ଠାରେ ଗାନ୍ଧୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେପିର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ଶିଶିର ମିଶ୍ରଙ୍କ ଆବାହକତ୍ଵରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶେରଗଡ ଅଞ୍ଚଳର ଶତାଧିକ ସମାଜସେବୀ, ଯୁବକ, ଗାନ୍ଧିପ୍ରେମୀ ଏହି ଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ କାର୍ଯ୍ୟକର୍ତ୍ତା ମାନେ ଏକ ପଦଯାତ୍ରାରେ ବାହାରି ଚାରିଛକ ଏବଂ ସେଠାରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ ସେଠାରେ ସଫେଇ କାର୍ଯ୍ୟକ୍ରମ କରିଥିଲେ।ସେଠାରୁ କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ହରିଜନ ବସ୍ତିକୁ ଯାଇ ସେଠାରେ ଏକ ପଥପ୍ରାନ୍ତ ସଭା ସହ ବସ୍ତି ବସିନ୍ଧାଙ୍କ ଠାରୁ ଚାଉଳ ସଂଗ୍ରହ କରିଥିଲେ। ପଥ ପ୍ରାନ୍ତ ସଭା ଗୁଡିକରେ ରାଷ୍ଟ୍ର ପ୍ରତି ମହାତ୍ମାଙ୍କ ତ୍ୟାଗ ଓ ଉତ୍ସର୍ଗ, ସ୍ଵଛତା ପ୍ରତି ତାଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ବର୍ଜ୍ଜନ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜଳ ସଂରକ୍ଷଣ ଉପରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଶେଷରେ ବିଭିନ୍ନ ହରିଜନ ବସ୍ତିରୁ ସଂଗୃହୀତ ଚାଉଳରେ ରୋଷେଇ କରି କାର୍ଯ୍ୟକର୍ତ୍ତା ମାନେ ଭୋଜନ କରିଥିଲେ। ଏହି ପଦଯାତ୍ରାରେ ହିଞ୍ଜିଳିକାଟୁ ନଗର ମଣ୍ଡଳ ସଭାପତି ମାଧବ ଗୌଡ଼, ବୃନ୍ଦାବନ ଦାଶ, ରାମକୃଷ୍ଣ ପାତ୍ର, ପଞ୍ଚନନ ଡାକୁଆ, ପୂର୍ବତନ ସରପଂଚ ନୟନ ମଲ୍ଲିକ, ସୁଶାନ୍ତ ସେଠୀ ପ୍ରମୂଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here