ସଚେତନ କଲେ ଗ୍ରୀନ ଆକ୍ଟିଭିଷ୍ଟ ଲିସି ପ୍ରିୟ ପ୍ରାକୃତିକ ବିପଯ୍ୟାୟ ପ୍ରଶମନ ଦିବସ ରେ

0
211

ପାରଳାଖେମୁଣ୍ଡି ୨୯/୧୦-ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଦିବସ ଅବସରରେ ପାରଳା ସ୍ୱାଭିମାନ ମଞ୍ଚ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ କଲେଜ ପରିଶରରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମଣିପୁର ରାଜ୍ୟର ୮ବର୍ଷର କୁନି ପ୍ରକୃତିବନ୍ଧୁ ଶିଶୁ ବିଶେଷଜ୍ଞ ଝିଅ ଲିସିପ୍ରିୟା ଯିଏକି ପରିବେଶ ପାଇଁ ଦିଲ୍ଲୀ ର ଇଣ୍ଡିଆ-ଗେଟ ନିକଟରେ ନିଜର ଲଢେଇ ଆରମ୍ଭ କରିଥିଲେ । ସେ ବିଶେଷ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲେ । ପରିବେଶ ସୁରକ୍ଷା ପାଇଁ ସମସ୍ତେ କାର୍ଯ୍ୟ କଲେ ପ୍ରାକୃତିକ ବିପର୍ଯ୍ୟୟ ଟଳି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗଜପତି ଜିଲ୍ଲାକୁ ବିପର୍ଯ୍ୟୟ ରୁ ରକ୍ଷା କରିବାକୁ ହେଲେ ଏଠାରେ ସବୁଜ ବିପ୍ଳବ ଆଣିବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲା । ଏହି ସଭାରେ ବରିଷ୍ଠ ପରିବେଶବିତ୍ ଚନ୍ଦନ ଘୋଷ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ପରିବେଶବିତ୍ କେ.କେ.ସିଂ, ଜିଲ୍ଲା ପରିଷଦ ସଭ୍ୟ ହିମ୍ମାଂଶୁ ଲିମ୍ମା ଓ ବରିଷ୍ଠ ନେତା ଏସ.ଗଜପତି ରାଓ ପ୍ରମୁଖ ଯୋଗ ଦେଇ ପରିବେଶ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ଶେଷରେ ସମସ୍ତ ଛାତ୍ରଛାତ୍ରୀ ଓ ଅତିଥି ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here