ନଭେମ୍ବରରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ଟଙ୍କା ।

0
185

 

ଭୂବନେଶ୍ୱର,୨୯/୧୦- ନଭେମ୍ବର ରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଟଙ୍କା। ଆଜି “କାଳିଆ ଯୋଜନା” ର ସହାୟତା ନେଇ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟ ଶାସନ ସଚିବ । ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ମିଳିବ । ତେବେ କେବଳ ତାଲିକାଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିବ ବୋଲି କହିଛନ୍ତି ସୌରଭ ଗର୍ଗ । ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ବସିଥିବା ସମୀକ୍ଷା ବୈଠକ ରେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ବୈଠକରେ ଅର୍ଥ ସଚିବ ଅଶୋକ ମିନା ପ୍ରମୁଖ ଯୋଗଦେଇଥିଲେ। ତେବେ ସୂଚନା ଅନୁସାରେ, ପ୍ରଥମ କିସ୍ତିରେ ୫୧ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିଲା। ପରେ ସେମାନଙ୍କ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ ଟଙ୍କା ଫେରସ୍ତ ଅଣାଯିବ ବୋଲି ମନ୍ତ୍ରୀ କହିଥିଲେ। ପରବର୍ତ୍ତୀ ସମୟରେ ୩.୨୬ ଲକ୍ଷ ଅଯୋଗ୍ୟ ହତିାଧିକାରୀ ଚିହ୍ନଟ ହୋଇଥିଲେ।

LEAVE A REPLY

Please enter your comment!
Please enter your name here