ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

0
192

 

ହିଞିଳିକାଟୁ ୨୯/୧୦ :- ଅକ୍ଟୋବର ଦୁଇ ଜାତିର ପିତା ମହାନ ପୁରୁଷ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରକୁ ସ୍ମରଣୀୟ ତଥା ଲୋକାଭିମୁଖୀ କରିବା ଉଦ୍ଦେଶ୍ୟ ନେଇ ରାଜ୍ୟ ଶାସକ ଦଳ ବିଜେଡି ସ୍ୱତନ୍ତ୍ର ଚିରାଚରିତ ଦୁଇ ମାସ ବ୍ୟାପି କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରିଅଛି। ଅକ୍ଟୋବର ଦୁଇ ତାରିଖରୁ ଦଳ ସଭ୍ୟ ପଞ୍ଜିକରଣ ଅଭିଯାନ ଆୟୋଜନ କରି ତାର ଚିରାଚରିତ ଜନ ସମ୍ପର୍କର ପଦଯାତ୍ରା ଆରମ୍ଭ କରିଅଛି। ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୩୧ ପଯ୍ୟନ୍ତ ଚାଲୁ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ତରାଳରେ ବିଜେଡି ତାର ସ୍ଥିତିକୁ ଉପଲବ୍ଧ ନେଇ ସଚେତନତା ଏବଂ ମୋ ସରକାର କାର୍ଯ୍ୟକ୍ରମର ଉପାଦେୟତାର ବାର୍ତ୍ତା ପ୍ରଚାର କରୁଥିବା ଲକ୍ଷ କରାଯାଇଅଛି। ଏହି ଅବସରରେ ହିଞିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନ ଆମ୍ବଗାଁ ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ବିଜେଡିର ସଭ୍ୟ ପଞ୍ଜିକରଣ ଅଭିଯାନ ଏବଂ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଶାସନ ଆମ୍ବଗାଁ ଗ୍ରାମରୁ ଏକ ବିରାଟ ଶେଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହ ପଥପ୍ରାନ୍ତ ସଭା ଆୟୋଜନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଟ ନେତା ତଥା ସମାଜସେବୀ ଡ଼ି. ବିଶ୍ୱନାଥ, ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ବ୍ଳକଯୁବ ବିଜେଡ଼ି ସଭାପତି ମନୋଜ ସାବତ, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ, ପ୍ରମୋଦ ମହାନ୍ତି, ଦୁର୍ଗା ମାଧବ ମହାନ୍ତି, ସରପଞ୍ଚ ରୋହିତ ପ୍ରଧାନ,ଲକ୍ଷ୍ମଣ ଗୌଡ଼, ରଘୁନାଥ ବେହେରା, ପୋଚିଲିମା ସଂରପଚ ଭାଣ୍ଡି ରବିନ୍ଦ୍ର, ସୁଧାଂଶୁ ଶେଖର ସାହୁ, ରାଜେଶ କୁମାର ସାହୁ, ଅଶୋକ ପଣ୍ଡା, ଲକ୍ଷ୍ମୀ ମହାନ୍ତି, ହରିକୃଷ୍ଣ , ମନୋଜ ଦଳାଇ,ପ୍ରଦୀପ ପାଣିଗ୍ରାହୀ, ତ୍ରିନାଥ ପାଣିଗ୍ରାହୀ, ମୁନା ପାଢ଼ୀ,ରଂଜନ ପଣ୍ଡା, ଶ୍ୟାମପ୍ରସାଦ ସାହୁ, ଦିଲ୍ଲିପ କୁମାର ସାହୁ, ଚନ୍ଦ୍ରମଣି ସାହୁ, ନାରାୟଣ ଗୌଡ଼, ନିରଂଜନ ଗୌଡ଼, ସନ୍ୟାସି ଗୌଡ଼, ରାମଚନ୍ଦ୍ର ଗୌଡ଼, ମନୋଜ ପୋଲୋଇଙ୍କ ସହ ବହୁ ବିଜେଡ଼ି କର୍ମୀ, ଦଳୀୟ ସମର୍ଥକ ଉପସ୍ଥିତ ଥିବା ଦେଖାଯାଇଥିଲା ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here