Home ବ୍ରହ୍ମପୁର ସ୍ପେଶାଳ ଏକ ନିଆରା ଢଙ୍ଗ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିଲେ ରାମ ନାରାୟଣ ଡିଗ୍ରୀ...

ଏକ ନିଆରା ଢଙ୍ଗ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିଲେ ରାମ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ

0
206

ବ୍ରହ୍ମପୁର,୩୧/୧୦-ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ରୂପେ ପରିଗଣିତ l ସମସ୍ତେ ଦଳବଦ୍ଧ ହୋଇ କାର୍ଯ୍ୟ କରିବା କୁ ଏକତା କହୁ l ଏକତା କୁ ବଜାୟ ରଖିବାର ମାର୍ଗ ଦର୍ଶକ ଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ l ତେଣୁ ତାଙ୍କ ଜନ୍ମ ଜୟନ୍ତୀ କୁ ସମ୍ମାନ ଦେବା ପାଇଁ ଉକ୍ତ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରୁଛୁ l ଆଜି ଏହି ଦିବସ କୁ ଡୁରାସ୍ଥିତ ରାମ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ଉଷା ରାଣୀ ବ୍ରହ୍ମା ଙ୍କ ସମେତ ଛାତ୍ର ଛାତ୍ରୀମାନେ ନିଆରା ଢଙ୍ଗ ରେ ପାଳନ କରିଥିଲେ l ଗୋଟେ ଶ୍ରେଣୀ ରେ ଅନେକ ଧର୍ମ ର ଛାତ୍ର ଛାତ୍ରୀମାନେ ପାଠ ପଢ଼ନ୍ତି, ଏହାକୁ ଦୃଷ୍ଟି ରେ ରଖି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ କିପରି ନିବିଡତା ଗଢି ଉଠିବ ଏବଂ ସେମାନଙ୍କ ମଧ୍ୟରେ ଭବିଷ୍ୟତ ରେ ଏକତା କୁ ବଜାୟ ରଖିବା ପାଇଁ ନିଜ ନିଜର ଧର୍ମର ଚି଼ହ୍ନ କୁ ପରସ୍ପର କୁ ଉପହାର ପ୍ରଦାନ କରିଥିଲେ ଏବଂ ଶପଥ ନେଇଥିଲେ ଯେ ନିବିଡତl କୁ ବଜାୟ ରଖିବେ ଓ ଏକତା ର ଅଖଣ୍ଡ ବାର୍ତ୍ତା କୁ ସମାଜ ରେ ବାଣ୍ଟିଚାଲିବେ l ଉପହାର ସ୍ୱରୂପ ରେ ଶୁଭରାଜ କୁଯୁର ଏବଂ ଲାଡଲି ନାୟକ ନିଜର ଖ୍ରୀଷ୍ଟ ଚି଼ହ୍ନ ରୋଜାରି ମାଳା ଏବଂ ପ୍ରମିଳା ରଣା କୁ ଭେଟି ଦେଇଥିଲେ ଏବଂ ସେମାନ ଙ୍କ ଠାରୁ ସାଇବାବା ଏବଂ ଗଣେଶ ଙ୍କ ପ୍ରତିମୂର୍ତ୍ତି କୁ ଆଦାନ ପ୍ରଦାନ କରିଥିଲେ l ଏହି ଦିବସ ରେ ପ୍ରାଣୀ ବିଜ୍ଞାନ ବିଭାଗ ର ଅନ୍ୟ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ l

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!